ରଥ ପରିକ୍ରମାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସମିତିସଭ୍ୟଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ ଜଗନ୍ନାଥ ରଥ ପରିକ୍ରମାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସମିତିସଭ୍ୟଙ୍କ ଜିଲ୍ଲାପାଳଙ୍କୁ ବୁଧବାର ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସାତ ଦିନ ମଧ୍ୟରେ କରା ନ ଗଲେ ଧାରଣରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ତିରୁଣାର ଲକ୍ଷ୍ମୀପ୍ରୀୟା ପରିଡା, ନାଉଗାଁରୁ ମାନସୀ ଲେଙ୍କା,ଡାବରରୁ ସୁବଳ ବେହେରା, ବାଛାଳୋରୁ ଚନ୍ଦନ ଲେଙ୍କା ଆଦିଙ୍କ ସ୍ୱାକ୍ଷରରେ ଅଭିଯୋଗ ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ, ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ରଥ ବାବଦରେ ବ୍ଲକକୁ ଆସିଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ହଜାର ହଜାର ଟଙ୍କା ମିଥ୍ୟା ଭାଉଚର କରାଯାଇ ଟଙ୍କା ହଡପ କରାଯାଇଛି । ସରପଂଚ ଅବା ପଂଚାୟତକୁ ୫୦ହଜାର ଅର୍ଥ ପଠାଇ ତାଙ୍କ ଠାରୁ ୫୦ହଜାର ଟଙ୍କା ଫେରସ୍ତ ଆଣି ମିଥ୍ୟା ଭାଉଚର କରି ଲକ୍ଷାଧିକ ଟଙ୍କା ହଜପ କରାଯାଉଛି । ଏତଦ୍ ବ୍ୟତିତ ସରକାରଙ୍କ ଉନ୍ନମୂଳକ କାର୍ଯ୍ୟ ଗୁଡିକ ଲୋକଙ୍କ ଦ୍ୱାରା କରା ଯାଇ ତାଙ୍କ ବିଲ୍ ପେମେଂଟ କରାଇବା ପାଇଁ ମୋଟା ଅଙ୍କର ଅର୍ଥ ହଡପ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ସମ୍ପର୍କରେ ନାଉଗାଁ ବିଡିଓ ତପନ କୁମାର ମହାପାତ୍ରଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।