ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବନାଗ୍ନି ପ୍ରତିରୋଧ ଓ ନିରାକରଣ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବନଖଣ୍ଡ କାର୍ଯ୍ୟାଳୟ ସଭା ଗୃହରେ ବନାଗ୍ନି ପ୍ରତିରୋଧ ଓ ନିରାକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଆଗାମୀ ଗ୍ରୀଷ୍ମ ଋତୁର ଯଥେଷ୍ଟ ପୂର୍ବରୁ ବନାଗ୍ନି ପ୍ରଶମନ ଓ ତାର ପରିଚାଳନା କିଭଳି କରାଯାଇପାରିବ ସେଦିଗରେ ବିଶଦ ଆଲୋଚନା କରିଥିଲେ। ଜିଲ୍ଲାର ସର୍ବ ବୃହତ ବନଖଣ୍ଡ ଭଞ୍ଜନଗରର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଦୌ ଯେପରି ନିଆଁ ନଲାଗିବ ସେଦିଗରେ ସଭିଏଁ ମିଳିମିଶି କାର୍ଯ୍ୟ କରିବା ସହ ବନ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ବନ ସୁରକ୍ଷା ସମିତି ସଦସ୍ୟଙ୍କ କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଚଳିତବର୍ଷ ଏହି ଦୁଇ ବନଖଣ୍ଡରେ ଯେପରି ନିଆଁ ଆଦୌ ନଲାଗିବ ସେଦିଗରେ ଉଭୟ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଦସ୍ୟମାନେ ଆନ୍ତରିକ ଉଦ୍ୟମ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।ସମସ୍ତ ବିଭାଗର ସମନ୍ବୟରେ ବନାଗ୍ନି କୁ ରୋକିବା ଦିଗରେ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ପରାମର୍ଶ ଦେଇଥିଲେ।ସେହିଭଳି ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ଗ୍ରମସଭା କରି ବନାଗ୍ନି ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଆଲୋଚନା ହୋଇଥିଲା।
ଗ୍ରୀଷ୍ମ ଦିନରେ ଜଙ୍ଗଲରେ ନିଆଁ ଲାଗିଲେ ବନ କର୍ମଚାରୀମାନେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ଧରି ବିଭିନ୍ନ ପଏଣ୍ଟରେ ନିଆଁ ଲିଭାଇବାକୁ ଶତପ୍ରତିଶତ ପ୍ରୟାସ କରିବା । ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବା ଦିଗରେ ବନପାଳ ଓ ବନରକ୍ଷୀମାନେ ନିଜ ନିଜ ସେକସନ୍ ଓ ବିଟ୍‌ରେ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବାବଦରେ ବ୍ୟାପକ ସଚେତନତା କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ ପାଇଛି।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଶରତ କୁମାର ମିଶ୍ର, ଏସଡିଭିଓ ପ୍ରଦୀପ୍ତ କୁମାର ସାହୁ,ଅଗ୍ନିଶମ ଅଧିକାରୀ ସମୀର ବିଶ୍ବାଳ,ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ,ତହସିଲଦାର ଉମାଶଙ୍କର ବେହେରା, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀଙ୍କ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଆଁ ଦାଉରୁ ଜଙ୍ଗଲ କୁ କିଭଳି ସୁରକ୍ଷା ଦେଇ ହେବ ଓ ନିରାକରଣ ବାବଦରେ ବକ୍ତବ୍ୟ ରଖିଥିଲେ।ବୈଠକରେ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶୁଭକାନ୍ତ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ବନ କର୍ମଚାରୀ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ