ସାଇବର ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଆଧୁନିକତା ଯେତେ ଆଗକୁ ଗଲାଣି ଅନଲାଇନେ ଠକେଇ ସେତେ ଅଧିକ ହେବାର ଦୃଷ୍ଟି ଗୋଚର ହେଉଅଛି। ସାଇବର ଠକେଇ ମାଧ୍ୟମ ରେ ଡକାୟତ ମାନେ ନିରୀହ ଲୋକମାନଙ୍କ ଲକ୍ଷ ଲକ୍ଷ କଷ୍ଟ ଅର୍ଜିତ ସମ୍ପତି କୁ ଲୁଣ୍ଠନ କରିନେଉଛନ୍ତି। ମୋବାଇଲ ମାଧ୍ୟମ ରେ ମହିଳା ମାନଙ୍କ ଅଶ୍ଳିଳ ଭିଡିଓ ଏବଂ ଗୁପ୍ତ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ବ୍ଲାକମିଲିଂ କରି ବହୁ ଅର୍ଥ ଶୋଷି ନେଉଛନ୍ତି। ଏପରି ସମସ୍ୟା କୁ ଦୃଷ୍ଟି ରେ ରଖି ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ପକ୍ଷରୁ ଭଞ୍ଜନଗର ଟାଉନ ହଲ ଠାରେ ଥାନା ଅଧିକାରୀ କୁମର ମୁଦୁଲି ଙ୍କ ପୌରାହିତ୍ୟ ରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରୋବେଶନର ଏସପି ସୁଶ୍ରୀ ମନୀଷ ସଗୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସାଇବର ଠକେଇ କିପରି ରୋକାଯାଇପାରିବ ଏବଂ ସାଇବର ଠକ ମାନଙ୍କୁ କିପରି କାବୁ କରାଯାଇ ପରିବା ସେ ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ ନାୟକ ଏବଂ ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ଅମାତ ଯୋଗ ଦେଇଥିଲେ ଅରକ୍ଷିତ ପରିଚ୍ଛା ସଭା ସଂଯୋଜନା କରିଥିଲେ। କବିସମ୍ରାଟ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକମାନେ ଯୋଗଦେଇଥିଲେ। ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ସହ ସାଇବର ଠକେଇ ର ଶିକାର ହୋଇଥିବା ବହୁ ଅଭିଯୋଗକାରୀ ଅଂଶଗ୍ରହଣ କରିଥିଲେ |ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତତ୍ପରେ ବେଲଗୁଣ୍ଠା ରୋଡ଼ ଠାରେ ବେପାରୁଆ ଗାଡି ଚାଳକ ମାନଙ୍କୁ ଫୁଲ ଦେଇ ସଚେତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ