ବୋଡ଼େନ ପୋଲିସ କୁ ସଫଳତା, ସାଇବର ଠକେଇ ପର୍ଦ୍ଦାଫାଶ
ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ବୋଡ଼େନ ପୋଲିସ କୁ ଏକ ସଫଳତା, ସାଇବର ଠକେଇ ପର୍ଦ୍ଦାଫାଶ, ୧ଲକ୍ଷ ୭୧ ହଜାର ଟଙ୍କା ବ୍ୟାଙ୍କ୍ ଏକାଉଣ୍ଟ୍ ରୁ ଗାୟବ ହୋଇ ଆମାଯୋନ୍ ଏକାଉଣ୍ଟ୍ କୁ ଟ୍ରାନ୍ସଫର ପରେ ଏମାଜନ ରୁ ଗିଫଟ କାର୍ଡ କ୍ରୟ କରିଥିଲେ। ଘଟଣା ରୁ ପ୍ରକାଶ ଯେ ସିନାପାଲି ବ୍ଲକ୍ ବରଗାଁ ଗ୍ରାମ ନିବାସୀ ଭାବେଶ ମେହେର ମାନକ ବ୍ୟକ୍ତି ଙ୍କ ପାଖକୁ ଏକ ୬ ତାରିଖ ଦିନ ଏକ ମେସେଜ ଆସିଥିଲା। ମେସେଜ ପରେ ୭ ତାରିଖ ଦିନ ତାଙ୍କ ପାଖକୁ ଏକ ଲିଙ୍କ ମେସେଜ ଆସିଥିବା ଦେଖି ସେ ତାକୁ କ୍ଲିକ କରିଥିଲେ। ଫଳରେ ୭ ଡିସେମ୍ବର ଏବଂ ୮ ଡିସେମ୍ବର ଦୁଇ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ୍ ପାସ ବହି ରୁ ୧ ଲକ୍ଷ ୭୧ ହଜାର ଟଙ୍କା ଉଠାଣ ହୋଇଅଛି। ଏହି ଘଟଣା ନେଇ ଗତ ୧୩ ତାରିଖ ଦିନ ବୋଡ଼େନ ପୋଲିସ କୁ ଲିଖିତ ଜଣାଇଥିଲେ। ଏହି ଘଟଣା ନେଇ ପୋଲିସ ଖୋଳତାଡ କରିଥିଲେ। ତାଙ୍କ ଏକାଉଣ୍ଟ୍ ରୁ ଟଙ୍କା ଦୁଇ ଥର ଏକ ଏମାଜନ୍ ଏକାଉଣ୍ଟ୍ କୁ ଯାଇଥିଲା। ସେଠାରୁ ସେ ଗିଫ୍ଟ କାର୍ଡ କ୍ରୟ କରିଥିଲେ।ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି। ଘଟଣା ରେ ଜଣେ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ପୋଲିସ ଏସପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସଜାଗ ରହିବାକୁ ଅନୁରୋଧ କରିଛନ୍ତି।