ଶୀତରେ ବର୍ଷା ଵିପ୍ତାତ ଚାଷୀ ହନ୍ତସନ୍ତ ବ୍ୟାପକ ଫସଲ ନଷ୍ଟ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ବଙ୍ଗୋପସାଗର ଉତ୍ପତି ଲଘୁଚାପ ପ୍ରଭାବ ଗଜପତି କାଶୀନଗର ବ୍ଲକ ଅଂଚଳରେ ଲଗାଣ ବର୍ଷା ବର୍ତମାନ ସୁଦ୍ଧା ଲାଗିରହିଛି. ବିଶେଷ ଭାବରେ ଚାଷୀ ମାନେ ପାଚିଲା ଧାନ ଘରକୁ ଆଣିପାରିଲେ ନାହିଁ. କେତେକ ବିଲରେ ଧାନ କଟା ହେଇନଥିବା ବେଳେ ଧାନ କାଟି ଖଳାରେ ରଖିଥିବା ଧାନ ମଧ୍ୟ ପଚି ନଷ୍ଟ ହୋଇଯାଇଥିବା ଚାଷୀଙ୍କ ଠାରୁ ପ୍ରକାଶ. ଏପରି ସ୍ଥିତି ରେ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛି. କାଶୀନଗର ବ୍ଲକରେ କପା ଟମାଟ ମକା କୋବି ଆଦି ରବି ଫସଲ ହୋଇଥାଏ. ବାଡ଼ ପରିବା ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇଗଲା. ଯାହା ଫଳରେ ପରିବା ଦର ବୁଦ୍ଧି ଘଟି ଲଗାଣ ବର୍ଷା ସାଙ୍ଗକୁ ଶୀତର ପ୍ରକୋପ ଯୋଗୁଁ ବୃଦ୍ଧ ମାନେ ବେଶେଷ ସ୍ୱାସ୍ଥ୍ୟ ଖରାପ ହେବା ପରିଲକ୍ଷିତ ହେଉଛି. ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବା ମଧ୍ୟ କଷ୍ଟ ସାଧ୍ୟ ଯୋଗୁଁ ଉପସ୍ଥାନ କମ ଥିବା ଜଣାଯାଏ. କାଶୀନଗର ଠାରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଲା ଯାଇନାହିଁ. ଯାହା ଫଳରେ ଦଲାଲ ମାନେ କମ ଦାମରେ ଧାନ କିଣିବାକୁ ମସୁଧା କରୁଥିବା ଜଣାଯାଏ. ଚାଷୀମାନେ ଧାନ କିଣି କ୍ଷତି ପୂରଣ ଦେବାକୁ କୃଷକ ସମାଜ ହୃଷିକେଶ ଗୌଡ଼ କୃଷି ବିଭାଗକୁ ଦୁଷ୍ଟି ଦେବା ପାଇଁ ଦାବି କରୁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ