ସାନବଡ଼ବିଲ ଫୁଟବଲ୍ କ୍ଲବ ଚାମ୍ପିଅନ, ଅସେଇକଳା ରନର୍ସଅପ୍

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଦେଓଝର ପଞ୍ଚାୟତ ସିଆଳିଯୋଡ଼ାଠାରେ ଅବସ୍ଥିତ ଜିନ୍ଦଲ ସ୍ପୋର୍ଟସ କମ୍ପ୍ଲେକ୍ସରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନବମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ସାନବଡ଼ବିଲ ଫୁଟବଲ୍ କ୍ଲବ ବିଜୟୀ ହୋଇଛି। ଫାଇନାଲ ମ୍ୟାଚ ସାନବଡ଼ବିଲ ଫୁଟବଲ କ୍ଲବ ଓ ଅସେଇକଳା ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା। ସାନବଡବିଲର ଖେଳାଳି ମାର୍ଶାଲ ପୂର୍ତ୍ତିଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିବା ବେଳେ ସର୍ବାଧିକ ଗୋଲ ପାଇଁ ସାନବଡ଼ବିଲର ଅମିତ ବେହେରାଙ୍କୁ ପୁରସ୍କାର ମିଳିଛି। ସିଆଳିଯୋଡ଼ା ଫୁଟବଲ କ୍ଲବ ଓ ବିଲେଇପଦା ଫୁଟବଲ କ୍ଲବ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି।ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ଉଦଘାଟନୀ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡ଼ା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଝର ପଞ୍ଚାୟତର ସରପଞ୍ଚ ଶ୍ରୀ ଧ୍ରୂବ ଚରଣ ନାଏକ, ବୀରକଳା ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଜ୍ଞାନରଞ୍ଜନ ଖୁଣ୍ଟିଆ, କାଣ୍ଡ୍ରା ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ସୋମନାଥ ମହାନ୍ତ, ଦେଓଝର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଳ ମୁଣ୍ଡା ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଆଦିମ ସଂସ୍କୃତିର ସାଧାରଣ ସମ୍ପାଦକ ଡକ୍ଟର ରୁଦ୍ରମଣି ପାତ୍ର ଓ କାଣ୍ଡ୍ରା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ମଙ୍ଗୁ ଚାତାର ଯୋଗ ଦେଇଥିଲେ। ସେହିପରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ପକ୍ଷରୁ ଜିନ୍ଦଲ ପେଲେଟ ପ୍ଲାଣ୍ଟର ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି, ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ସିଏସଆର ହେଡ୍ ଶ୍ରୀ ଭର୍ଜିଲ ଲାକ୍ରା ଓ ଚିଫ୍ ମେଡିକାଲ ଅଫିସର ଡକ୍ଚର ରାମାନନ୍ଦ ପ୍ରସାଦ ଅତିଥି ଭାବେ ଯୋଗଦେଇଥିଲେ।ଗତ ୧୯ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏଥିରେ ଦେଓଝର, ବୀରକଳା, କାଣ୍ଡ୍ରା, ଅସେଇକଳା ଓ ଚମକପୁର ଅଞ୍ଚଳର ୪୦ଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଦେଖିବା ପାଇଁ ବହୁ ଫୁଟବଲ୍ ପ୍ରେମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ