ଖାରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ଖାରିଆ କ୍ଳଷ୍ଟରର ଖାରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଖାରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାରଙ୍ଗଧର ଦାଶଙ୍କ ସଂଯୋଜନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଶିକ୍ଷା କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନେ ସମୟର ସଦ୍‌ବିନିଯୋଗ ପୂର୍ବକ ସୁନାଗରିକ ହେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ପ୍ରଧାନ, ସମ୍ମାନିତ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ସମାଜସେବୀ ଭଗବାନ ସାହୁ, ସରପଂଚ ଜୟନ୍ତୀ ସାହୁ, ଖାରିଆ କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଟୁଲୁ ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଷ୍ଠା, ଅଙ୍ଗୀକାରବଦ୍ଧତା ଓ କର୍ତ୍ତବ୍ୟ ନିଷ୍ଠାକୁ ଜୀବନର ଏକ ମନ୍ତ୍ର ଭାବେ ଗ୍ରହଣ କରି ନିଜ ନିଜର ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ଖାରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ କୁନି କୁନି ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ କାଳିଆରେ ତୋତେ ଛୁଇଁଲେ ପାପ ଉପସ୍ଥିତ ଶତାଧୀକ ଅଭିଭାବକ, ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖାରିଆର ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବରୁଣ କୁମାର ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, କେ.ସିମାଞ୍ଚଳ ଆଚାରୀ, ସୁମିତ୍ରା ରେଡି, ଅଳକା ନାଇକ, ଜାନକୀ ରାଉତ, ନିରୋଜାରାଣୀ ପାଢୀ, ଶରତଚନ୍ଦ୍ର ଲେଙ୍କା, ସୁନିଲ୍‍ ପ୍ରଧାନ, ନିବେଦିତା ଜେନା, ଦୀପେଶ୍‍ ସାହୁ, କାଳୁଚରଣ ବିଶ୍ୱାଳ, ଅମୀୟରଂଜନ ବିଶ୍ୱାଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଅଭିଭାବକ, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ