ଇଣ୍ଡିଆନ ଗ୍ଲୋରୀ ଆଵାର୍ଡ ପାଇଥିବା ତନୁଜା ଶତପଥୀଙ୍କୁ ପାରଳାରେ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୂର୍ବାହ୍ନରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଇଡୁକେସନ ସେଣ୍ଟର୍ ଅଡିଟୋରିୟ ଠାରେ ନାରୀ ସଶକ୍ତିକରଣ ପାଇଁ ଇଣ୍ଡିଆନ ଗ୍ଲୋରୀ ଆଵାର୍ଡ ପାଇଥିବା ସେବା କର୍ମୀ ତନୁଜା ଶତପଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ପାରଳା ପ୍ରଗତି ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇସାରିଛି।ନିକଟ ଅତୀତରେ ତନୁଜା ଶତପଥୀ ପୁରୀସ୍ଥିତ ସଂସ୍କୃତି ଭବନ ଠାରେ ସେ ଇଣ୍ଡିଆନ ଗ୍ଲୋରୀ ଆଵାର୍ଡ ସାମାଜିକ ସେବା କର୍ମୀ ଏବଂ ନାରୀ ସଶକ୍ତିକରଣ ପାଇଁ ପାଇଥିଲେ. ଏହି ମୋହତ୍ସବରେ ମୁଖ୍ୟ ଅତିଥି ଭାବେ ଜିଆଇଟିଏମର ଡେପୁଟି ଡାଇରେକ୍ଟର ଡ. ଦୁର୍ଗା ପ୍ରସାଦ ପାଢ଼ୀ,ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ଅତିଥିଭାବେ ରାମଚନ୍ଦ୍ର ପାଢ଼ୀ,ଭାଗବତ ପାଢୀ,ମୁରଲୀ ପରିଛା ,ଟୁକୁନା ପାଢ଼ୀ,ହରିମୋହନ ପଟ୍ଟନାୟକ,ଲୋକନାଥ ମିଶ୍ର,ତନୁଜା ଶତପଥୀ,ଶରତ ପ୍ରଧାନ, ସ୍ନେହା ବେହେରା, ରାଜେଶ୍ଵରୀ ସ୍ୱାଇଁ ଯୋଗଦେଇ ନିଜର କଠୋର ସାଧନା ହିଁ ସିଦ୍ଧିର ପରିଚୟ ତନୁଜା ଶତପଥୀ ଦେବା କଥା କହିଥିଲେ।୭୦ରୁ ଉର୍ଦ୍ଧ୍ବ ନୂଆ ପିଢ଼ି ମହିଳା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।