କୃଷକନେତା ବୃନ୍ଦାବନ ସେନାପତିଙ୍କ ବିୟୋଗରେ ଶୋକସଭା

ଗଞ୍ଜାମ, (ବିନୋଦ ପଲାଇ):କୃଷକ ନେତା ତଥା ଋଷିକୂଲ୍ୟା ବଞ୍ଚାଅ ମଞ୍ଚର ପ୍ରତିଷ୍ଠାତା ସଭ୍ୟ ବୃନ୍ଦାବନ ସେନାପତିଙ୍କ ଦ୍ୱାଦଶ ଦିବାସ ଶ୍ରଦ୍ଧାସଭା ଛତ୍ରପୁର ବ୍ଳକ ଅନ୍ତର୍ଗତ ମୁନିସିପେଣ୍ଠ ଠାରେ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ଉପବାଚସ୍ପାତି ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବିଜେପି ମୁଖ୍ୟପାତ୍ର ଟି. ଗୋପୀ, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସ୍ୱାଇଁ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ପୂର୍ବତନ ବ୍ଳକ ଅଧକ୍ଷ ରଘୁନାଥ ସାହୁ, ପୋଟଲାମପୁର ପୂର୍ବତନ ସରପଞ୍ଚ କାଳୁଚରଣ ବେହେରା, ବୋଉଳଗାଁର ପୂର୍ବତନ ସରପଞ୍ଚ ବିଜୟ ପରିଡା, ପୂର୍ବତନ କପୋରର୍ଟର ବଦ୍ରି ନାୟକ, ସ୍ୱର୍ଗତ ସେନାପତିଙ୍କ ପୁତ୍ର ପ୍ରତାପ (ମିଟୁ ) ସେନାପତି, କେ. ରମାରାଓ, ସ୍ଥାନୀୟ ବରିଷ୍ଟ ସମାଜସେଵୀ ସନ୍ୟାସୀ ସ୍ୱାଇଁ, ଭାସ୍କର ସ୍ୱାଇଁ, ପ୍ରବାସୀ ପ୍ରଧାନ, ମାଗତା ପାତ୍ର, ପ୍ରମୋଦ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ପବନା ମହାପାତ୍ର, ଶତ୍ରୁଘନ ଗୌଡ଼, ପ୍ରଫୁଲ ପଣ୍ଡା, ସୁଧୀର ସାହୁ, ଆଇନଜୀବୀ ଧର୍ମାରେଡ୍ଡୀପ୍ରମୁଖ ଯୋଗଦେଇ ସ୍ବର୍ଗତ ସେନାପତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଋଷିକୂଲ୍ୟା ମଞ୍ଚର ପ୍ରତିଷ୍ଠାତା ସଭାପତି ରାମଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ସେନାପତିଙ୍କ ଆତ୍ମାର ସଦଗତି ପାଇଁ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ବୃନ୍ଦାବନ ସେନାପତି, ଗୋବିନ୍ଦ ଦାସ, ବିଶ୍ଵନାଥ ବିଶ୍ୱାଳ, ଓ ପଦ୍ମନାଭ ସାହୁ,ଙ୍କ ଦେହାବସାନ ପରେ ଋଷିକୂଲ୍ୟା ମଞ୍ଚ ସଂଗଠନର ପୁର୍ନରଗଠନ କରାଯାଇ ଉପସଭାପତି ରୂପେ ଶ୍ରୀରାମ କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡା, ସୋମନାଥ ଖୁଣ୍ଟିଆ, ରଘୁନାଥ ସାହୁ, ସାଧାରଣ ସମ୍ପାଦକ ରୂପେ ରଞ୍ଜନ ବେହେରା, ଧର୍ମାରେଡ୍ଡୀ, ଗୌରୀଶଙ୍କର ପାଢ଼ୀ, ସଂଗଠନ ସମ୍ପାଦକ ରୂପେ ଖଲ୍ଲୀ ରେଡ୍ଡୀ, ସୁଦାମ ବେହେରା, ରଙ୍କ ପ୍ରଧାନ, ଓ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଗଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ