ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କର ଅଧିକ ପୁରୁଷ ବନ୍ଧୁ ଥିଲେ…
ଆପଣ କ’ଣ ଭଲ ପାଉଛନ୍ତି ଓ ଆଉ ଆପଣଙ୍କ ଗାର୍ଲଫ୍ରେଣ୍ଡ୍ଙ୍କର ଅଧିକ ପୁରୁଷ ବନ୍ଧୁ ଅଛନ୍ତି କି ? ଯଦି ଆପଣଙ୍କ ଉତ୍ତର ହଁ ହୁଏ, ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ଏପରି ସ୍ଥିତିରେ ଆପଣ ନିଜକୁ ଅସୁରକ୍ଷିତ ମନେ ନ କରି ବରଂ ଏହାର ସକାରାତ୍ମକ ଦିଗ ପ୍ରତି ଅଧିକ ଦୃଷ୍ଟି ଦେବା ଦରକାର। କାରଣ କୌଣସି ଯୁବତୀଙ୍କର ଯଦି ଅଧିକ ପୁରୁଷ ବନ୍ଧୁ ଥାଆନ୍ତି, ତା’ ହେଲେ ଏହାର ସୁଫଳ ନିଶ୍ଚିତ ଭଲ ପାଉଥିବା ଯୁବକଙ୍କୁ ହିଁ ମିଳିବ। ଆସନ୍ତୁ ତା’ହେଲେ ଆଲୋଚନା କରିବା, ଗାର୍ଲଫ୍ରେଣ୍ଡଙ୍କର ଅଧିକ ପୁରୁଷ ବନ୍ଧୁ ଥିଲେ କ’ଣ ସବୁ ଫାଇଦା ମିଳିବ।
-ପ୍ରଥମତଃ, ଗାର୍ଲଫ୍ରେଣ୍ଡଙ୍କର ଅଧିକ ପୁରୁଷ ବନ୍ଧୁ ଥିଲେ ସେ ସେମାନଙ୍କ ସହ ମିଳାମିଶା କରିବା ପରେ ଧୀରେ ଧୀରେ ପୁରୁଷଙ୍କ ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିପାରିବେ। ପୁରୁଷମାନଙ୍କୁ କ’ଣ ଖାଇବାକୁ ଭଲ ଲାଗେ, ପୁରୁଷମାନେ କେଉଁ ଜିନିଷ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି, ପୁରୁଷମାନେ କିପରି ପରିବେଶରେ ରହିବାକୁ ଭଲ ପାଆନ୍ତି ଇତ୍ୟାଦି ସମ୍ପର୍କରେ ସେମାନେ ଜାଣିପାରିବେ। ଫଳସ୍ବରୂପ ଆପଣଙ୍କ ପ୍ରତି ସେମାନଙ୍କ ଆଚରଣ ମଧ୍ୟ ସେହି ଅନୁପାତରେ ସକାରାତ୍ମକ ରହିବ।
-ଦ୍ବିତୀୟତଃ ଆପଣଙ୍କ ଗାର୍ଲଫ୍ରେଣ୍ଡ୍ ଯଦି ଅଧିକ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା କରୁଛନ୍ତି, ତା’ହେଲେ ଆପଣ ବି କୌଣସି ବାନ୍ଧବୀଙ୍କ ସହ ମିଳାମିଶା କଲେ ସେ ଏହାର ପ୍ରତିବାଦ କରିବେ ନାହିଁ। ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ବୁଝାମଣାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ। ବରଂ ଉଭୟଙ୍କ ଆଚରଣରେ ଅଧିକ ପରିପକ୍ବତା ଆସିବ।
-ତୃତୀୟରେ ଯଦି ଉଭୟଙ୍କ ମଧ୍ୟରେ କୌଣସି ପ୍ରକାର ଭୁଲ୍ ବୁଝାମଣା ହୁଏ, ତା’ହେଲେ ଗାର୍ଲଫ୍ରେଣ୍ଡ୍ ଏଥିନେଇ ନିଜର ପୁରୁଷ ବନ୍ଧୁମାନଙ୍କ ସହ ନିଶ୍ଚିତ ଆଲୋଚନା କରିବେ। ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଭୁଲ୍ ବୁଝାମଣା ହେବାର ସମ୍ଭାବନା କମିଯିବ।
-ତା’ଛଡ଼ା ଅନେକ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା କରୁଥିବା ଆପଣଙ୍କ ଗାର୍ଲଫ୍ରେଣ୍ଡ୍ ଆପଣଙ୍କୁ ଯଦି ତାଙ୍କ ଜୀବନସାଥୀ ରୂପେ ବାଛିଛନ୍ତି, ତା’ହେଲେ ଆପଣଙ୍କ ପାଖରେ କିଛି ସ୍ବତନ୍ତ୍ର ଗୁଣ ରହିଛି ବୋଲି ଆପଣ ନିଶ୍ଚିତ ହୋଇଯିବା ଉଚିତ୍।