ଭଞ୍ଜନଗର ବ୍ଳକରେ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଭଞ୍ଜନଗର,( ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କ୍ରୀଡାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଏହି କ୍ରୀଡାପ୍ରତିଯୋଗିତା ହୋଇଥିଲା | ସେଥିରେ ବ୍ୟାଟମିନ୍ଟନ , କବାଡି , ଦୌଡ଼ , ଫୁଟବଲ , ଶ୍ଳୋ ସାଇକେଲିଂ ଇତ୍ୟାଦି ଖେଳ ହୋଇଥିଲା |ଏଥିରେ 200 ରୁ ଅଧିକ ଛାତ୍ର ଛାତ୍ରୀ ଭାଗନେଇଥିଲେ | ଏହି ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ନେହେରୁ ଯୁବ କେନ୍ଦ୍ର ର ସ୍ଵେଛାସେବୀ ଦୀପ୍ତିମୟୀ ବେହେରା ପରିଚାଳନା କରିଥିଲେ |କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା | ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ | ସୂଚନା ପ୍ରକାରେ ପ୍ରତି ବ୍ଳକ ରେ ଏହି କାର୍ଯ୍ୟକ୍ରମ କରାଯାଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ