ଜଗନ୍ନାଥ ପରିବାର ପକ୍ଷରୁ ସେବାକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୟ ଜଗନ୍ନାଥ ପରିବାର ପକ୍ଷରୁ ନୂତନ ବର୍ଷ ୨୦୨୫ କୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି । ପ୍ରଥମ ଦିନ ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା, ଭଜନ, ସଚକୀର୍ତ୍ତନ କରାଯାଇ ପାଳନ କରାଯାଇଥିଲା । ଦ୍ୱିତୀୟ ଓ ତୃତୀୟ ଦିନ ସମାଜର ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ବିଗ୍ରହ ପ୍ରଦାନ କରି ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ପରିବାରର ପ୍ରତିଷ୍ଠାତା ଭଗବାନ ଦାଶଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବିଶିଷ୍ଟ ଡାକ୍ତର ଏ କେ ଅଗସ୍ତି, ସୁଧୀର ପଟ୍ଟନାୟକ, ସୌମ୍ୟକାନ୍ତ ସାହୁ, ଅମିତାଭ ରଥ ଓ ଆତ୍ମାରଞ୍ଜନ ଦାଶଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପରିବାର ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ସାରଦା ପ୍ରସାଦ ମହାନ୍ତି ଓ ଦୀଲ୍ଲିପ କୁମାର ମିଶ୍ର ଉପସ୍ଥିତ ଥିଲେ । ସେହିପରି ପରିବାର ସଦସ୍ୟ ନିହାର ରଞ୍ଜନ ସ୍ୱାଇଁ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଖାଦ୍ୟପେୟ ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ । ପରିବାର ତରଫରୁ ଗରିବ ଲୋକମାନଙ୍କୁ ୧୦୦ କମ୍ବଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ