ମଦ ଜବତ ଜଣେ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚୋରା ମହୁଲି ମଦସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ପୋଲିସ ପ କ୍ଷରୁ ପେଟ୍ରୋଲିଂ ସମୟରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଜାଜପୁର ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇ ପଚରାଉଚରା କରାଯାଇଥିଲା । ଖୋଲ୍ତାଡ କରିବା ପରେ ତାଙ୍କ ନିକଟରୁ ୮ଲିଟର ଚୋରା ମହୁଲିମଦ ଜବତ କରାଯାଇଥିଲା । ମଦ ଚାଲାଣ କରୁଥିବା ବ୍ୟକ୍ତିଙ୍କ ନାମ ବାବୁ ରାଓ (୪୫) ତାଙ୍କ ଗ୍ରାମ ରାସୁରୁ ଗ୍ରାମରେ ବୋଲି ଜଣାପଡିଛି । ଘଟଣାକୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୬୧/୧୯ ନଂରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।


