ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ପାପଡାହାଣ୍ଡି ଏଚପି ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଉମରକୋଟ ଅଞ୍ଚଳ ର ବସନ୍ତ ପ୍ରଧାନ ଜଣେ ପନିପରିବା ବ୍ୟବସାୟୀ ସେ ଦୈନ୍ଦିନ ପନିପରିବା ପାପଡାହାଣ୍ଡି ଅଞ୍ଚଳରେ ଯୋଗାଇ ଦିଅନ୍ତି । ଆଜି ପନିପରିବା ଦେଇଥିବା ଟଙ୍କା ଆଦାୟ ପାଇଁ ଉମରକୋଟ ରୁ ପାପଡାହାଣ୍ଡି ଆସୁଥିଲେ ବାଟରେ ଜଣେ ଅଜଣା ବୃଦ୍ଧ କୁ ନିଜ ବାଇକ ରେ ଲିଫ୍ଟ ଦେଇ ଆଣୁଥିଲେ ।ଏହି ସମୟରେ ପାପଡାହାଣ୍ଡି ଏଚପି ପେଟ୍ରୋଲ ପମ୍ପ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।ଏଥିରେ ଉଭୟରେ ରାସ୍ତା କଡ଼ ରେ ଛିଟିକି ପଡିଥିଲେ। ଦୁଇ ଗୁରୁତର କୁ ଗ୍ରାମବାସୀ ଉଦ୍ଧାର କରି ଏକ ଅଟୋ ଯୋଗ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଦୁହେଁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପୂର୍ଣ ରହିଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ