ଶ୍ରୀନିବାସ ପ୍ରଧାନଙ୍କ ବିୟୋଗରେ ବଳାଙ୍ଗୀ ମହୋତ୍ସବର ଶୋକ ସଭା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବାରିପଦାର ବରିଷ୍ଠ ଓକିଲ ଲେଖକ, ସଂଗଠକ ତଥା ବଳାଙ୍ଗୀ ମହୋତ୍ସବର ପୂର୍ବତନ ସଭାପତି ଶ୍ରୀନିବାସ ପ୍ରଧାନଙ୍କର ବିୟୋଗ ରେ ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ବାରିପଦା ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି. ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ସଭାରେ କମିଟିର ଅଧ୍ୟକ୍ଷ୍ୟ ଆଇନଜିବି ଅରବିନ୍ଦ ଦାସ, କୋଷାଧ୍ୟକ୍ଷ ଆଇନଜୀବୀ ଲିଙ୍ଗରାଜ ମିଶ୍ର, ସମ୍ପାଦକ ଦୀପକ କୁମାର ନାୟକ, ସଦସ୍ୟ ଆଇନଜୀବୀ ସାଇପଦ ରଂଜନ ମହାକୁଡ଼, ସଦସ୍ୟ ଆଇନଜୀବୀ ପ୍ରଦୀପ କୁମାର ପଲେଇ, ସହ କୋଷାଧ୍ୟକ୍ଷ ପିତାମ୍ବର ମଲ୍ଲିକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ଉଦୟ ନାଥ ଜେନା, ସଦସ୍ୟ ରାଜେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିବା ସହ ସ୍ମୃତିଚାରଣ କରି ସ୍ୱର୍ଗତଃ ପ୍ରଧାନ ଏକାଧାରା ରେ ଜଣେ ବରିଷ୍ଠ ଆଇନଜୀବୀ ସହିତ ଜଣେ ଲେଖକ ଓ ସଂଗଠକକ ଭାବରେ ଜିଲ୍ଲା ଓକିଲ ସଂଘ , ବାରିପଦା ର ଦୁଇ ଥର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ. ସେହିପରି ସେ ଦୀର୍ଘବର୍ଷ ଧରି ବଳାଙ୍ଗୀ ମୋହୋତ୍ସବ କମିଟିର ସଭାପତି ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ. ତାଙ୍କ ରଚିତ ମୟୁରଭଞ୍ଜ ଇତିବୃତ୍ତ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଶୀର୍ଷକ ଐତିହାସିକ ପୁସ୍ତକ ପାଇଁ ପାଠକ ମହଲ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ