ଦୁର୍ବୁତ୍ତଙ୍କ ଛୁରା ମାଡରେ ଦୁଇ ଯୁବତୀ ଗୁରୁତର ପୂର୍ବ ଶତ୍ରୁତା ସନ୍ଦେହ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ସାନ ଆମ୍ବଡା ପଞ୍ଚାୟତ ନେଇଗାଁରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ ନେଇଗାଁ ଗ୍ରାମର ସସ୍ମିତା ରାଣୀ ଗଣ୍ଡା (୨୭) ଓ ଶ୍ରଦ୍ଧା ସିମରନ ଗଣ୍ଡା (୨୫)। ଗୁରୁତରଙ୍କୁ ପ୍ରଥମେ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାର ତଦନ୍ତ ଚଳାଇଥିବା କୋଷାଗୁମୁଡା ଥାନା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ନେଇଗାଁ ଗ୍ରାମର ଶ୍ରଦ୍ଧା ସିମରନ ଗଣ୍ଡା କୋଷାଗୁମୁଡା ବ୍ଲକ ବାଙ୍କୁଲି ସ୍ଥିତ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି । ସୋମବାର ଭୋର ସକାଳୁ ଗ୍ରାମରେ ଅଙ୍ଗନବାଡି କର୍ମୀ ଥିବା ବଡ ଭଉଣୀ ସସ୍ମିତା ରାଣୀ ଗଣ୍ଡାଙ୍କ ସହ ସ୍କୁଟି ଯୋଗେ କୋଷାଗୁମୁଡା କୁ ଯାଉଥିଲେ ।
ଏହି ସମୟରେ ଗାଁରୁ ଅଳ୍ପ ଦୂରରେ କିଛି ଦୁର୍ବୁତ୍ତ ହଠାତ ମାରଣାସ୍ତ୍ର ରେ ସେମାନଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଦୁଇ ଭଉଣୀ ଙ୍କ ହାତ, ବେକ ଓ ମୁଣ୍ଡରେ ଆଘାତ ଲାଗିବାରୁ ଗୁରୁତର ଆହତ ହୋଇ ସେଠାରେ ଟଳି ପଡିଥିଲେ । ସୂଚନା ପାଇ ପରିବାର ଲୋକ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ କୋଷାଗୁମୁଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଜୟପୁରର ଏକ ଘରୋଇ ମେଡିକାଲରେ ଭର୍ତି କରିଛନ୍ତି ।ବେକରେ ଗଭୀର ଆଘାତ ଲାଗିଥିବା ଶ୍ରଦ୍ଧା ସିମରନ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁ ରେ ଭର୍ତି କରାଯାଇଛି। ସସ୍ମିତା ଙ୍କ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଯୋଗୁଁ ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ତେବେ ଏହି ଆକ୍ରମଣ ପୂର୍ବ ଶତ୍ରୁତା ରୁ କରାଯାଇଛି ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ଆହତଙ୍କ ମା କହିଛନ୍ତି । ଏନେଇ ସସ୍ମିତାଙ୍କ ଭାଇ ସାହି ସଲିଲ କୋଷାଗୁମୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇବା ପରେ କୋଷାଗୁମୁଡା ପୋଲିସ କେସ ନଂ-୨/୨୦୨୫ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୋଷାଗୁମୁଡା ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ