ଏଟିଏମ୍ରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ରେ ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ପକାଇ ଜାଳିଦେଲେ ଏଟିଏମ୍ । ଘଟଣା ଘଟିଛି ଢେଙ୍କାନାଳ ପଞ୍ଚୁପଟି ନିକଟରେ ଥିବା ଏକ ଏଟିଏମ୍ରେ । ପ୍ରଥମେ ଗ୍ୟାସ କଟରରେ ଏଟିଏମ୍ କାଟି ଟଙ୍କା ଲୁଟ୍ କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପେଟ୍ରୋଲ ପକାଇ ଏଟିଏମ୍ ମେସିନ ଜାଳି ଦେଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଖବର ପାଇ ସକାଳୁ ଘଟଣାସ୍ଥଳରେ ପହଞ୍ଚି ସଦରଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୃର୍ବୃତ୍ତମାନେ ଫେରାର ଥିବା ଜଣାପଡ଼ିଛି । ଏଟିଏମ୍ରେ କେତେ ଟଙ୍କା ଥିଲା ଓ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ନିକଟସ୍ଥ ଏନଏଚ ୫୫ ମୁଳିସିଙ୍ଗ ଠାରେ ଥିବା ଏଟିଏମକୁ ଗ୍ୟାସ କଟର ଯୋଗେ କାଟି ଟଙ୍କା ଲୁଟ ପରେ ମେସିନ ଜାଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ ।