ଆଲୋକ ମାଳାରେ ଝୋଲୋସିଲା ମୋରଣ୍ଡା ଟୁସୁ ମେଳା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଦିନ ଥିଲା ମୟୁରଭଞ୍ଜ ର ଗର୍ବ କହିଲେ ବୁଝାଯାଏ କୁଡୁମୀ ଏବଂ ସାନ୍ତାଳ ସମ୍ପ୍ରଦାୟର ମୁଖ୍ୟ ଗଣ ପର୍ବ ମକର ସଂକ୍ରାନ୍ତି । ପ୍ରତି ଗାଁରେ ଢୋଲ ମାଦଳର ତାଳେ ତାଳେ ନାଚନ୍ତି ଉଭୟ ପୁରୁଷ ଓ ମହିଳା । ସେହିପରି ଆଜି ସମାଜ ସେବି ନକୁଳ ଚନ୍ଦ୍ର ପାଲଙ୍କ ତତ୍ତ୍ୱାବଧାନରେ ସମାଜର ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ପାଇଁ ଦିର୍ଘ୍ୟ ଦିନ ଧରି ଜାମଦା ବ୍ଲକ ଅନ୍ତର୍ଗତ ମୋରଣ୍ଡା ଗ୍ରାମପଞ୍ଚାୟତରେ ଆଜି ଏକ ବିରାଟ ଟୁସୁ ପର୍ବ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋରଣ୍ଡା ସରପଞ୍ଚ କାପୁରା ମାରାଣ୍ଡି , ସମାଜ ସେବୀ ସୋମେଇ ମାରାଣ୍ଡି , ଅର୍ଜୁନ ପାଲ ପ୍ରମୁଖ ଉପସ୍ଥିତ ହୋଇ ଟୁସୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରଖିଥିବା ଦଲକୀ ଦଳକୁ ପ୍ରଥମ ସ୍ଥାନ , ମୋରଣ୍ଡା ଦଳକୁ ଦ୍ବିତୀୟ , ସମାଜ ସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାନ୍ତ ବିଜେତା ଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପରିଶେଷରେ ଆୟୋଜିତ କମିଟି ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ