ୟୁନାଇଟେଡ଼ ଫୋରମର ରଣ ହୁଙ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ରାଜ୍ୟରେ ଦଳିତ, ଆଦିବାସୀ ତଥା ସଂଖ୍ୟାଲଘୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢି ଚାଲିଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିବା ପ୍ରତିବାଦରେ ଫୋରମ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଭୁବନେଶ୍ୱରଠାରେ ମୂଳନିବାସୀ ୟୁନାଇଟେଡ଼ ଫୋରମର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ତଥା ରାଜ୍ୟ କର୍ମକର୍ତ୍ତାମାନେ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଗଣ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ।ଏକ ଜନମଙ୍ଗଳ ରାଷ୍ଟ୍ରରେ ମୂଳନିବାସୀମାନେ ନିଜ ସାମ୍ବିଧାନିକ ଅଧିକାରରୁ ବଞ୍ôଚତ ରହିବା ଏବଂ ଜାତିଆଣ ଆକ୍ଷେପର ଶିକାର ହେବା ଏକ ଲଜ୍ଜାଜନକ ଘଟଣା । ଏହାର ପରିସମାପ୍ତି ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଦେହୁରୀ ମତବ୍ୟକ୍ତ କରିଥିଲେ । ଏଥିପାଇଁ ଏକ ସୁସଂଗଠିତ ସଂଗଠନର ଆବଶ୍ୟକତା ଥିବା ଦୃଷ୍ଟିରୁ ଆବଶ୍ୟକସ୍ଥଳେ ସଂଗଠନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ପରିବର୍ତ୍ତନ କରାଯାଇ ସଂଗଠନକୁ ମଜଭୁତ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନ୍ୟତମ ବକ୍ତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ସାମୂହିକ ଭାବରେ ଲଢେଇ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗୌତମ ଗୋପାଳ, ନିହାର ରଞ୍ଜନ ସାମଲ, ଅଶୋକ କୁମାର ନାୟକ, ରବି ନାରାୟଣ ସେଠୀ, କମଳିନୀ ପାଟ୍ଟଶାଣୀ, ସୁରେଶ ଚନ୍ଦ୍ର ନାୟକ, ଶେଖ ଇକବାଲ ହୁସେନ, ଶେଖ ନାସିର, ଅମର ନାୟକ, ସୁନାକର ବେହେରା, ଗୌରାଙ୍ଗ ଭୋଇ, ଜୟନ୍ତୀ ଭୋଇ, ରଶ୍ମୀପ୍ରଭା ନାୟକ, ଉର୍ମିଳା ନାୟକ, ସନ୍ଧ୍ୟାରାଣୀ ଆଜାଦ, ଗୋଲଖ ନାୟକ, ରାଉତ ନାୟକ, ବଂଶୀଧର ନାୟକ, ବିପିନ ଦେହୁରୀ, ରାମଚନ୍ଦ୍ର ନାୟକ ଓ ଲକ୍ଷ୍ମଣ ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ