ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆଗାମୀ ୩୦ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କୁ ଚମକାଇ ଦେବେନ୍ଦ୍ର ଫଡ଼ନାବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଥିଲେ । ମାତ୍ର ୮୦ ଘଣ୍ଟା ପରେ ସେ ବିଜେପି ନେତୃତ୍ୱଧୀନ ସରକାରରୁ ଫେରି ଆସି ଶିବସେନା-କଂଗ୍ରେସ-ଏନସିପି ମେଣ୍ଟରେ ଯୋଗ ଦେଇଥିଲେ । ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରାୟ ମାସକ ପରେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଏ ନେଇ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ । ପ୍ରକାଶ ଥାଉ କି, ୨୦୧୪ ପୂର୍ବରୁ କଂଗ୍ରେସ- ଏନସିପି ମେଣ୍ଟ ସରକାରରେ ମଧ୍ୟ ଅଜିତ୍ ପାୱାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ