୨୦୦୮ ବ୍ୟାଚ୍ ରୁଦ୍ରାଣୀ ହାଇସ୍କୁଲ ଅନସରା ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଅନସରା ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୨୦୦୮ ମସିହା ମେଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ କୋଣାର୍କ ରାମଚଣ୍ଡୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୀର୍ଘ ୧୭ ବର୍ଷ ପୂର୍ବର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ଭାବ ବିହ୍ବଳ ହୋଇଥିଲେ । ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଏକାଠି ପାଠପଢ଼ିବାର ସୁଯୋଗ ପାଇଥିବା ଅଧିକାଂଶ ବନ୍ଧୁ ପିଲାଦିନ ଠାରୁ ଆରମ୍ଭକରି ଛାତ୍ର ଜୀବନର ଘଟିଯାଇଥିବା ଅନେକ ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ବାର୍ଦ୍ଧକ୍ୟ ଜୀବନ ପର୍ଯ୍ୟନ୍ତ ବନ୍ଧୁତ୍ୱତା କୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ । ନିଜ ପରିବାର ,ପିତାମାତା , ସମାଜ ଓ ରାଷ୍ଟ୍ର ଧର୍ମ ପାଳନ ପାଇଁ ସମସ୍ତେ ନିଷ୍ପତି ନେଇଥିଲେ । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ବନ୍ଧୁ ଓ ବାନ୍ଧବୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଶ କରିଥିଲେ । ମାଆ ପାଇଁ ଗଛଟିଏ ଲଗାଇବା ଓ ବନ୍ଧୁମାନଙ୍କ ସୁବିଧା ଅସୁବିଧାରେ ପରସ୍ପର ସହଯୋଗର ହାତ ବଢ଼ାଇବା ବୋଲି କଥପ କଥନ ହୋଇଥିଲେ । ଏହି ବନ୍ଧୁ ମିଳନ କ୍ରଜ୍ୟକ୍ରମକୁ ବିରଞ୍ଚି ନାରାୟଣ ପତି , ବିଶ୍ଵଦର୍ଶୀ ସେଠ , ନିହାର ରଞ୍ଜନ ପ୍ରଧାନ , ଏସ୍ କାଜଲ ପ୍ରମୁଖ ପରିଚାଳନା କରିଥିଲେ ।