ଫେବୃଆରୀ ୧୪ରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦେଢଲକ୍ଷ ଶିକ୍ଷକ ଘେରିବେ ବିଧାନସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଥମିକ ଶିକ୍ଷକମାନେ ଦୀର୍ଘଦିନ ଧରି ସରକାରୀ ଅବହେଳାର ଶିକାର ହୋଇଥିବା ଯୋଗୁ ସମସ୍ତ ଶିକ୍ଷକମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ବିଗତ ଦିନରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ମଧ୍ୟ ବାରମ୍ବାର ପ୍ରତାରଣା କରିଚାଲିଛନ୍ତି ଓ ପୂର୍ବ ଆନ୍ଦୋଳନ ମାନଙ୍କରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯାଇ ଶିକ୍ଷକମାନଙ୍କୁ ତାଙ୍କ ଦାବି ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବର୍ତ୍ତମାନ ନୂତନ ସରକାର ଆସିବାର ୭ ମାସ ବିିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପୂରଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି ।ଶିକ୍ଷକମାନଙ୍କର ମୂଳ ଦରମା ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ୩୫,୪୦୦ ଟଙ୍କା ସ୍ଥିର କରି ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ କରି ୬ ବର୍ଷ ଚାକିରି ଗଣନା ସହ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ଆଲୋଚନାରେ ସ୍ଥାନ ପାଇଛି । ଏଣୁ ଆଗାମୀ ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଯଦି ଦାବି ପୂରଣ ନକରନ୍ତି, ଦେଢଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ୟୁପିଟିଏଫ ବ୍ୟାନରରେ ସମସ୍ତେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇ ବିଧାନସଭା ଘେରାଉ କରିବେ ବୋଲି ନିଷ୍ପତ୍ତିି ନିଆଯାଇଛି । ଆଜିର ବୈଠକରେ ପ୍ରାୟତଃ ୬ଟି ପ୍ରାଥମିକ ଶିକ୍ଷକ ସଂଗଠନ ଏକତ୍ର ହୋଇ ଆଗାମୀ ଦିନରେ ଓଡ଼ିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଦାବି ପୂରଣକୁ ଗୁରୁତ୍ୱ ଦେବା ସହ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଦୃଢ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏହି ବୈଠକରେ ଏଓପିଟିଏ ଶିକ୍ଷକ ସଂଘ, ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘ, ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ, ରାଜ୍ୟ ଏଲିମେଣ୍ଟାରୀ ଟିଜି ଶିକ୍ଷକ ସଂଘ, ଗୀତା ସଂଗଠନ ଓ ଏମ୍ଏଲଇ ଆସୋସିଏସନ ସହ ସମସ୍ତ ସଂଘର ସଭାପତି ଓ ରାଜ୍ୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ସଂଗଠନମାନେ ସରକାରଙ୍କୁ ଦାବି ପୂରଣ ପାଇଁ ପୂର୍ବରୁ ନିବେଦନ କରିଛନ୍ତି । ଯଦି ଉପରୋକ୍ତ ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଆଗାମୀ ବିଧାନସଭା ସମୟରେ ଲୋୟର ପିଏମ୍ଜିରେ ଦାବି ହାସଲ ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ବସିବେ । ଏହି ବୈଠକରେ ସୁଶାନ୍ତ କୁମାର ବେହେରା, ପଦ୍ମଲୋଚନ ନାୟକ, ସୁନିଲ କୁମାର ପ୍ରଧାନ, ମଳୟ କୁମାର ଜେନା, ସରୋଜ କୁମାର ପଣ୍ଡା, କହ୍ନେଇ ଠାକୁର, ରୂପମା ଗୁରୁ, ବାଗୁନିସିଂ ଜାରିକା, ପ୍ରବୀଣ କୁମାର ଦାସ ଓ ଉତ୍ତମ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।