ବିଶ୍ବ ବିପତ୍ତି
ଶୀତ ଚାଲିଗଲା
ଶୀତ ଋତୁ ଥାଇ
ବସନ୍ତ ଆସୁଛି ମାଡି,
ବସନ୍ତ ନସରୁ
ଗ୍ରୀଷ୍ମ ଆସିଯିବ
ମାରିବ ଝାଞ୍ଜି ଲହଡି ।
ଏ ବଡ ବିପତ୍ତି
ଜଳ ବାୟୁ ସ୍ଥିତି
ବିଶ୍ବ ତାପମାତ୍ରା ବୃଦ୍ଧି,
ଲହଡି, କୁହୁଡି
ମେଘ, ଘଡଘଡି
ବୃଦ୍ଧି ହଜେ ଆମ ବୁଦ୍ଧି ।
ପ୍ରକୃତି ପ୍ରକୃତି
ବିଗିଡି ଯାଉଛି
ମଣିଷ ପ୍ରକୃତି ପାଇଁ,
ପ୍ରକୃତିର କୋପ
ମଣିଷ ସହୁଛି
ବହୁ ମୂଲ୍ଯ ଆଜି ଦେଇ ।
ଆଜିକାଲି ନୁହେଁ
ଦଶନ୍ଧି ଦଶନ୍ଧି
ଶତାବ୍ଦୀ ଶତାବ୍ଦୀ ଧରି,
ନିୟନ୍ତ୍ରଣ ଭାର
ହରାଇ ଚାଲିଛୁ
ବିକାଶର ନାରା କରି ।
କେତେ ସମ୍ମିଳନୀ
କେତେ ଚୁକ୍ତିନାମା
ପାଣି ପରି ଯାଏ ବହି,
ବିଶ୍ବ ତାପାୟନେ
ବରଫ ତରଳି
ଜଳେ ବୁଡିଯିବ ମହୀ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ ବ୍ରହ୍ମଗିରି,ପୁରୀ