କାଳିପଲ୍ଲୀ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କାଳିପଲ୍ଲୀ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବି. ସୋମେୟା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନମିତା ରାଣୀ ରାଉତ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ନିପୁଣ ଭାରତ ଓ ନିପୂଣ ଓଡିଶାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ନେତା ବି. ଚନ୍ଦ୍ରମଣି ପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ଭୁୟାଁ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ହରିପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ୟୁ. ଶିବ ପ୍ରସାଦ ଦୋରା, ଉପୁଲାପୁଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିସିର କୁମାର ପଟ୍ଟନାୟକ, ବାସନାପୁଟି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚକ୍ରଧର ବେହେରା, କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତପସ୍ୱିନୀ ବୁର୍ଲୀ ଓ ପି. ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ବେହେରାଙ୍କୁ ପ୍ରଶଂସା ପତ୍ର ଓ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ, ପି. ଦମୟନ୍ତି ରେଡ୍ଡୀ, ପ୍ରଜ୍ଞା ପରମିତା ପ୍ରଧାନ ପ୍ରମୁଖ ସହ ଯୋଗ କରିଥିଲେ । ଶେଷରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ