ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ, ବ୍ଲକ ପ୍ରଶାସନର ଅଣଦେଖା, ଚେୟାର ଫାଙ୍କା

ବେତନଟୀ,( ଉଦିତ କୁମାର ପରିଡା ): ରାଜ୍ୟସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଓଡିଶାର ପ୍ରତିଟି ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ବିକାଶ, ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, ଅନୁସୂଚିତ ଜନଜାତିଙ୍କ ବିକାଶ, ପର୍ଯ୍ୟଟନସ୍ଥଳୀମାନଙ୍କ ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ର ସଂପ୍ରସାରଣ ଓ ଆଧୁନିକରଣ, ଜନ ମଙ୍ଗଳକାରୀ ବହୁମୁଖି ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ଯୋଜନାମାନ ସ୍ଵଛଭାବେ କାର୍ଯ୍ୟକାରୀ ନିମନ୍ତେ ବୁଧବାରଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି। ହେଲେ ବେତନଟୀ ବ୍ଲକରେ ଏହି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିବା ପାଇଁ ଶହ ଶହ ଚେୟାର ବ୍ଲକ ପ୍ରଶାସନ ପକ୍ଷରୁ ପକାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଭିଜୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ପ୍ରାୟ ୮୦ପ୍ରତିଶତ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଂଚିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା  ବେତନଟୀ ବ୍ଲକରେ ବିନିଯୋଗ ହୋଇଥିବା ବେଳେ ବ୍ଲକ ପ୍ରଶାସନର ଦୁରଦୃଷ୍ଟି ନଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରାଜ୍ୟବାସୀଙ୍କୁ ଭିଜୁଆଲ ମାଧ୍ୟମରେ ଦେଉଥିବା ସମୟରେ ଚେୟାର ସବୁ ଖାଲି ପଡିଥିବାର ଦେଖିବାକୁ ମିଳିଛି। ଏହା ବେତନଟୀ ବ୍ଲକ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବେତନଟୀ ବ୍ଲକ ପ୍ରଶାସନ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ଅଣଦେଖା କରିବାର କାରଣ ବୁଝା ପଡୁନାହିଁ ତାହା ତଦନ୍ତ ସାପେକ୍ଷ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ