ଇନ୍ ଟାକ୍ ମୟୂରଭଞ୍ଜ ଦ୍ଵାରା ଜାତୀୟ ପୋଷ୍ଟର ଅଙ୍କନ ପ୍ରତିଯୋଗିତା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବାରିପଦା ସ୍ଥିତ ଅଗ୍ରଣୀ ଐତିହ ସଂଗଠନ ଇନ୍ ଟାକ୍ ମୟୂରଭଞ୍ଜ ଦ୍ଵାରା ଜାତୀୟ ପୋଷ୍ଟର ଅଙ୍କନ ପ୍ରତିଯୋଗିତା -୨୦୨୫ ମହର୍ଷି ପବ୍ଲିକ ସ୍କୁଲ ପରିସରରେ ତା ୯/୦୨/୨୦୨୫ ରବିବାରରେ ଅନୁଷ୍ଠିତ ହୋଇଯାଇଛି। ଇନ୍ ଟାକ୍, ନୂଆଦିଲ୍ଲୀର ଐତିହ୍ୟ ଶିକ୍ଷା ଓ ଯୋଗାଯୋଗ ବିଭାଗ ନିର୍ଦ୍ଦେଶରେ ସର୍ବ ଭାରତୀୟ ସ୍ତରରେ ଐତିହ୍ୟ ଉପରେ ସ୍କୁଲ ସ୍ତରୀୟ ପ୍ରତିଯୋଗୀତା ସବୁ ରାଜ୍ୟରେ ଅନୁଷ୍ଠିତ ହେଉଛି । ଓଡ଼ିଶାରେ ଥିବା ତେର ଗୋଟି ଚାପ୍ ଟର ପରି ମୟୂରଭଞ୍ଜ ଚାପ୍ ଟରରେ ହୋଇଯାଇଥିବା ଏ ପ୍ରତିଯୋଗିତା ଦୂଇଟି ପର୍ଯ୍ୟାୟରେ ହୋଇଯାଇଛି । ଏଥିରେ ପିଲାମାନେ ସେମାନଙ୍କ ପସନ୍ଦର ଐତିହ୍ୟ, ପରମ୍ପରା, ପର୍ଯ୍ୟଟନ ଉପରେ ପୋଷ୍ଟର ତିଆରି କରିବା ସହ ୨୦୦ ଶବ୍ଦରେ ତାକୁ ବର୍ଣ୍ଣନା କରିଥିଲେ। ଇନ୍ ଟାକ୍ ମୟୂରଭଞ୍ଜର ଆବାହକ ମେଜର ରବିନ୍ଦ୍ରନାଥ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏ କାର୍ଯ୍ୟକ୍ରମକୁ ସହ ଆବାହକ ଡ଼. ତରୁଣ କୁମାର ଓଝା, ଭିକାରୀ ଚରଣ ବସାଙ୍କ ସହ ପ୍ରଦୀପ କୁମାର ପାଣି, କୈବଲ୍ୟ ମହାପାତ୍ର, ବିଣାପାଣୀ ପଣ୍ଡା , ରାସେଶ୍ୱର ସାହୁ, ଯତୀନ୍ଦ୍ର ନାଥ ବସା, ବସନ୍ତ କୁମାର ପାତ୍ର, ଦୀଲ୍ଲିପ କୁମାର ଦାସ,ସୋମ୍ୟକର ମହାପାତ୍ର, ନରସିଂହ ବାରିକ ପ୍ରମୁଖ ସଦସ୍ୟମାନେ ସୁପରିଚାଳନା କରିଥିଲେ।