କଂଗ୍ରେସ ନିର୍ବାଚନୀ ଇସ୍ତାହାର ଦେଶ ବିଭାଜନ କରିବାର ଏଜେଣ୍ଡା: ବିଜେପି

ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସର ଏହି ନିର୍ବାଚନୀ ଇସ୍ତାହାରକୁ ବିପଦ୍ଜନକ ଏବଂ ଦେଶ ବିଭାଜନ କରିବାର ଏଜେଣ୍ଡା ବୋଲି ବିଜେପି ଅଭିହିତ କରିଛି । ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଯାହା ଘୋଷଣା କରିଛି, ସେଥିପାଇଁ ଗୋଟିଏ ବି ଭୋଟ୍ ପାଇପାରିବ ନାହିଁ । ସେ କହିଛନ୍ତି, କଂଗ୍ରେସ ଶାସିତ ପାଞ୍ଚଟି ରାଜ୍ୟରେ କୃଷିଋଣ ଛାଡ଼ ପାଇଁ ଘୋଷଣା କରିଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଏଯାଏ ନିଆଯାଇନାହିଁ । ଏବେ ଏପ୍ରକାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ପ୍ରଲୋଭିତ କରିବାକୁ କଂଗ୍ରେସ ଚେଷ୍ଟା କରୁଛି । କଂଗ୍ରେସର ଏହି ନିର୍ବାଚନ ଇସ୍ତାହାରକୁ ଦେଶର ଟୁକ୍ଡେ ଗ୍ୟାଙ୍ଗ୍ (ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷ) ପ୍ରସ୍ତୁତ କରିଛନ୍ତି । ଜାମ୍ମୁ କାଶ୍ମୀର ଏବଂ ଜାତୀୟ ସୁରକ୍ଷା ଆଦି ବାବଦରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଦେଶର ସୁରକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କଂଗ୍ରେସର ନୀତି ଉପରେ ପ୍ରଶ୍ନ ଉଠାଇ ଜେଟ୍ଲୀ କହିଛନ୍ତି ଯେ ନେହରୁ-ଗାନ୍ଧୀ ପରିବାର ଜାମ୍ମୁ-କାଶ୍ମୀରକୁ ନେଇ ଯେଉଁ ଐତିହାସିକ ଭୁଲ କରିଛନ୍ତି, ତାକୁ କ୍ଷମା କରାଯାଇ ପାରିବନି । ଏବେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବଡ ବଡ ପ୍ରତିଶ୍ରୁତି କିଛି ଚିନ୍ତା ନକରି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ