ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା
ଶେରଗଡ, (ଅନୀଲ କୁମାର ପଣ୍ଡା):ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଦିନ ଗୋବିନ୍ଦପୁର, ଶେରଗଡ, ତାକରଡା, ଡେଙ୍ଗାପଦର, ନରେନ୍ଦ୍ରପୁର, ଧବଳପୁର, କୁରୁଳା,ପିତ୍ତଳ, ଠୁରୁବୁରାଈ ଆଦି ପଞ୍ଚାୟତ ରେ ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିକର ଯୋଜନା ରେ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ଏହି ଅବକାଶ ରେ ଗୋବିନ୍ଦପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ର ଅଧିକାରୀଣି ମମତାଞ୍ଜଳି ପଣ୍ଡା ଙ୍କ ଅଧ୍ୟକ୍ଷତା ଏବଂ ଦର୍ଶନୀ ଶବର ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ୱନ ଷ୍ଟପ ସେଣ୍ଟର ଗଞ୍ଜାମ ଜିଲ୍ଲା ସଂଯୋଜିକା ଶ୍ରୀମତି ମହେଶ୍ବେତା ପାଢୀ ପ୍ରମୁଖ ଯୋଗ ଦେଈଥିଲେ। କିଶୋରୀ ଙ୍କ ଶିକ୍ଷା, ସୁରକ୍ଷା, ସ୍ବାସ୍ଥ୍ୟ, ପରିଚ୍ଛନ୍ନତା ସହ ଲିଙ୍ଗଗତ ସମାନତା, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ, ବାଲ୍ୟ ବିବାହ ନିରୋଧ ଆଦି ସମ୍ପର୍କରେ ଅତିଥି ବୃନ୍ଦ ଉପସ୍ଥିତ କିଶୋରୀ ଏବଂ ସେମାନଙ୍କ ମା ମାନଙ୍କୁ ଅବଗତ କରାଈଥିଲେ। ଏହି ପରିପ୍ରେକ୍ଷୀରେ ବକ୍ତୃତା, ନୃତ୍ୟ, ଗୀତ, ଚିତ୍ର ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେରଗଡ ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀଣି ଆଦି ପଞ୍ଚାୟତ ରେ ଅନୁଷ୍ଠିତ କିଶୋରୀ ମେଳାରେ ଉଦବୋଧନ ଦେଈ ବାଲ୍ୟ ବିବାହ ବିରୋଧରେ ସାମୂହିକ ଶପଥ ନେବା ଲାଗି କିଶୋରୀ ମେଳା ଆୟୋଜନ କରାଯାଈଥିବା ଏବଂ ପ୍ରଶାସନ ଆରମ୍ଭ କରିଥିବା ଏହି ଅଭିନବ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ବୋଲି ପ୍ରକାଶ କରିଥିଲେ।
ଶେରଗଡ ରୁ