ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡିଛନ୍ତି
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ରାଇରଙ୍ଗପୁର ସହର ତଥା ରାଷ୍ଟ୍ରପତିଙ୍କ ଅଂଚଳ ବର୍ତ୍ତମାନ ସରକାରଙ୍କ ଫୋକସରେ । ରାଇରଙ୍ଗପୁର ଏବଂ ଆଖପାଖ ଅଞ୍ଚଳରରେ ପ୍ରଗତିର ସ୍ରୋତ ବହିବା ଆରମ୍ଭ ହୋଇଛି।ଡବଲ ଇଞ୍ଜିନ ସରକାର ଆସିଲା ପରେ ରେଳପଥ ସଂଯୋଗୀ କରଣ, ଜାତୀୟ ରାଜପଥ ପ୍ରାଧୀକରଣ, ରାଇରଙ୍ଗପୁର ହସ୍ପିଟାଲର ଉନ୍ନତିକରଣ ,,ଵାଇଦାପୋଷୀରେ ଷ୍ଟାଡିୟମ, ଆଦିବାସୀ ସଂସ୍କୃତି ଗବେଷଣା କେନ୍ଦ୍ର,ସାର୍କିଟ ହାଉସ,ହେରିଟେଜ୍ ବିଲଡିଂ ସମେତ ବହୁ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି ।ତଦସହ ଆହୁରି ଵହୁତ ପ୍ରକଳ୍ପ ପାଇଁ ମଂଞ୍ଜୁର ହେବା ସହ ଅପେକ୍ଷା ରେ ରହିଛି। କିନ୍ତୁ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଛନ୍ତି ଜବରଦଖଲକାରୀ,ଜମି ଦଲାଲ,ଜମି ମାଫିଆ । ବର୍ଷ ବର୍ଷ ଧରି ସରକାରୀ ଜମି ମାଡ଼ି ବସିବା ସହ ସରକାରୀ ଜମିକୁ ବିକି କୋଟି କୋଟି ଟଙ୍କାର ମାଲେମାଲ ହେଉଛନ୍ତି । ପ୍ରକଳ୍ପ ହାତରେ ଥିବାବେଳେ ଜମି ବନ୍ଧକ ପଡ଼ିଛି ଜବରଦଖଲକାରୀଙ୍କ ହାତରେ । ଯାହାକୁ ନେଇ ପ୍ରଶାସନ ଓ ସରକାର ଚିନ୍ତାରେ । ତେଣୁ କଠୋର ହୋଇଛି ପ୍ରଶାସନ । ସରକାରଙ୍କ ଜବରଦଖଲକାରୀଙ୍କୁ ଚେତାବନୀ ଆପେ ଆପେ ହଟିଯାଇ ନଚେତ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନୁରୋଧ କରାଯାଇଛି।ତଥାପି ଚେତିଲେ ନାହିଁ ଜବରଦଖଲକାରୀ ।ଶେଷରେ ଜାନୁଆରୀ ୨୦/୨୧ ରେ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ନେତୃତ୍ୱରେ ବାଇଦାପୋଷୀ ଓ କଣ୍ଟାଵଣୀ ଅଂଚଳରେ ପ୍ରଶାସନ ସହାୟତାରେ ସରକାରୀ ଜମି ଉଚ୍ଛେଦ ଅଭିଯାନ କରି ବହୁ ପାଚେରୀ,ଗୃହ ଭଙ୍ଗା ଯାଇ ସରକାରୀ ଜମିକୁ ଅଧିଗ୍ରହଣ କରାଯାଇଛି ।ସରକାର ଜମି ଅଧିକଗ୍ରହଣ ବିଳମ୍ବ ନେଇ ବହୁ ପ୍ରକଳ୍ପ ଆରମ୍ଭ ହୋଇ ପାରିନାହିଁ ।ପ୍ରକଳ୍ପ ତ୍ବରାନ୍ବିତ ନେଇ ପ୍ରଶାସନ ଓ ସରକାର ଜୋରଦାର ପ୍ରସ୍ତୁତି ସହ ମିଳିତ ଅଣ୍ଟା ଭିଡିଛନ୍ତି।ବାଇଦାପୋଷୀରେ ଷ୍ଟାଡିୟମ ଏବଂ ଆଦିବାସୀ ସଂସ୍କୃତି ଗଵେଷଣା କେନ୍ଦ୍ର ନିର୍ମାଣ ପାଇଁ ଜବରଦଖଲକାରୀ ମାନଙ୍କୁ ହଟିଯିବା ପାଇଁ ସୂଚନା ଦିଆଯାଇଥିଲା । କିନ୍ତୁ ଜବରଦଖଲକାରୀ କାନ ମୁଣ୍ଡ ନ ହଲାଇବାରୁ ବାଧ୍ଯ ହୋଇ ପ୍ରଶାସନ କଳ ଲଗାଇ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳଙ୍କ ନେତୃତ୍ୱରେ ଵାଇଦାପୋଷୀ ଏବଂ କଣ୍ଟାବଣୀ ମୌଜାର ୩୮ ଟି ଘର କୁ ଉଚ୍ଛେଦ କରାଯାଇଥିଲା।ତଦସହ ରାଇରଙ୍ଗପୁର ଟାଉନଥାନା ଏବଂ ରାଇରଙ୍ଗପୁର କଲେଜ ସମ୍ମୁଖ ନୂଆଗାଁ ର କିଛି ଜବରଦଖଲକାରୀ ଦୋକାନ,ବଜାର, କୋଚିଂ ସେଣ୍ଟର,ହୋଟେଲ, ଖୋଲି ବସିଥିଲେ । ସେମାନଙ୍କୁ ରାଇରଙ୍ଗପୁର ତହସିଲ ପକ୍ଷରୁ ଅନୁରୋଧ କରାଯିବା ଫଳରେ ସେମାନେ ରାଇରଙ୍ଗପୁର ସହରର ଉନ୍ନତି ପାଇଁ ପୁର୍ଣ୍ଣ ସହଯୋଗ କରିବେ ବୋଲି କହିବା ସହ ୮୧ ଜବରଦଖଲକାରୀ ମଧ୍ୟରୁ ୪୬ ଜଣ ସ୍ଵତଃ ସ୍ଫୁର୍ତ୍ତ ଭାବେ ନିଜ କୋଠାଘର ଭାଙ୍ଗି ନିଜର ଆସବାବପତ୍ର ନେଇ ପଳାଇ ଯାଇଛନ୍ତି । ନୂଆଗାଁ ରେ ଏକ ପୋଲିସ ଫାଣ୍ଡି ଏବଂ ଦକ୍ଷତା ବିକାଶ କେନ୍ଦ୍ର ତଥା ସରକାରୀ ଆଇଟିଆଇ ଖୋଲାଯିବା ପାଇଁ ୨୦୨୧ ରୁ ପ୍ରସ୍ତାବ ରହିଛି । କିନ୍ତୁ ଜବରଦଖଲକାରୀମାନେ ଜଵର ଦଖଲ ସ୍ଥାନ ଛାଡ଼ୁ ନ ଥିବାରୁ ପ୍ରକଳ୍ପ ପ୍ରତିଷ୍ଠା ଆଗେଇ ପାରୁ ନ ଥିଲା ।ପରେ ତହସିଲଦାର ବିଶ୍ବନାଥ ବିଶ୍ଵାଳ ଏବଂ ତାଙ୍କ କର୍ମଚାରୀଙ୍କ ବଳିଷ୍ଠ ଉଦ୍ୟମ ସହ ଜବରଦଖଲକାରୀଙ୍କୁ ବୁଝାଇବା ଏବଂ ଵାଇଦାପୋଷୀ ଓ କଣ୍ଟାବଣିରେ ପ୍ରଶାସନ ଉଦ୍ୟମରେ ଜଵର ଦଖଲ ଉଛେଦ ଭୟରେ ଜବରଦଖଲକାରୀ ମାନେ ପଛକୁ ହଟିବା ସହ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଛି । ପ୍ରଶାସନ ତରଫରୁ ଜବରଦଖଲ ଉଛେଦକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଜବରଦଖଲକାରୀଙ୍କୁ ମଧ୍ଯରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଶାସନର ପଦକ୍ଷେପକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ସାଧାରଣରେ ପ୍ରଶଂସା କରାଯାଇଛି ।


