ଜାନୁୟାରୀ ୧୦ରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର, : ସେବା, କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜଧାନୀର ପ୍ରତିଷ୍ଠିତ ଅନୁଷ୍ଠାନ ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ଓ ରାଜଧାନୀ ପାଠଗାରର ମିଳିତ ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ବଡ଼ିବିଲ୍‌ଡ଼ିଙ୍ଗ ଆସୋସିଏସନର ତତ୍ତ୍ୱାବଧାନରେ ପ୍ରତିବର୍ଷ ଭଳି ଆସନ୍ତା ୨୦୨୦, ଜାନୁୟାରୀ ୧୦ ତାରିଖ ସନ୍ଧ୍ୟାରେ ୬ଷ୍ଠ ତୁଷାରଶ୍ରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୟୁନିଟ୍‌-୪ସ୍ଥିତ ମଧୁସୂଦନ ପାର୍କ ପରିସରରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜଧାନୀ ପାଠାଗାରର ସମ୍ପାଦକ ଡ. ପ୍ରସନ୍ନ କୁମାର ନନ୍ଦଙ୍କ ସମେତ କୋଷାଧ୍ୟକ୍ଷ ଡ. ବିଭୂତି ପଣ୍ଡା, ପ୍ରଶାନ୍ତ କୁମାର ପାଣି, ମନୋଜ କୁମାର ମିଶ୍ର, ବଦ୍ରି ନାରାୟଣ ମିଶ୍ର, ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ପରାମର୍ଶଦାତା ସନ୍ତୋଷ ଜେନା, ଗୋଲକ ବହାରୀ ନାୟକ, ବିକାଶ ପଟ୍ଟନାୟକ, ନବକିଶୋର ବେହେରା, ଶଶୀ ସାହୁ, ମାୟଧର ବାରିକ, ଭୁବନେଶ୍ୱର ବଡ଼ିବିଲ୍‌ଡ଼ିଙ୍ଗ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜଧାନୀ ପାଠାଗାରର ସକ୍ରିୟ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କୃତଜ୍ଞତା ପ୍ରକାଶ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ