ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା,୪୭ ପରୀକ୍ଷାର୍ଥୀ ଅନୁପସ୍ଥିତ

ଶେରଗଡ, (ଅନୀଲ କୁମାର ପଣ୍ଡା):ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା। ବ୍ଲକ ର ୮ ଟି କେନ୍ଦ୍ର ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। । ମୋଟ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ୧୬୩୪ ମଧ୍ୟରୁ ଆଜି ପ୍ରଥମ ଦିନରେ ୪୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି।। ଚଳିତ ବର୍ଷ ଶେରଗଡ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ କୁ ନୋଡାଲ ସେଣ୍ଟର କରାଯାଈଥିବା ବେଳେ ଆଜି ସକାଳୁ ସମସ୍ତ କେନ୍ଦ୍ର ରେ ପ୍ରଶ୍ନ ପତ୍ର ପହଞ୍ଚି ଥିଲା। ପରୀକ୍ଷା ଦେବାକୁ ଥିବା ମୋଟ ୧୬୩୪ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଶେରଗଡ ରେ ୨୭୬ ମଧ୍ୟରୁ ୦୯,ବାଳିକା ଉଚ୍ଚ ବିଦ୍ୟାଳୟ ଶେରଗଡ ରେ ୨୩୬ ମଧ୍ୟରୁ ୦୭,କରଡାକଣା ଉଚ୍ଚ ବିଦ୍ୟାଳୟ ରେ ୨୩୭ ମଧ୍ୟରୁ ୦୬,ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟରେ ୨୪୧ ମଧ୍ୟରୁ ୧୫,ଧନନ୍ତର ନାଥେଶ୍ବର ଉଚ୍ଚ ବିଦ୍ୟାଳୟ ରେ ୧୫୬ ମଧ୍ୟରୁ ୦୩,ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ୧୬୧ ମଧ୍ୟରୁ ୦୩,ପିତ୍ତଳ ବାଳକ ଉଚ୍ଚ ବିଦ୍ୟାଳୟରେ ୧୭୦ ମଧ୍ୟରୁ ୦୪ ଅନୁପସ୍ଥିତ ଥିବା ବେଳେ ଏବଂ କୁରୁଳା ଉଚ୍ଚ ବିଦ୍ୟାଳୟରେ ସମସ୍ତ ୧୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଈଥିବା ଜଣାପଡିଛି। ଶେରଗଡ ବ୍ଲକରେ ମୋଟ ୧୬୩୪ ଛାତ୍ରଛାତ୍ରୀ ମଧ୍ୟରୁ ୪୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନର ପରୀକ୍ଷାରେ ଅନୁପସ୍ଥିତ ଥିବା ବ୍ଲକ ଶିକ୍ଷାଧିକାରୀ ଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଜଣାପଡିଛି। ପ୍ରଥମ ଦିନର ପରୀକ୍ଷା ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଈଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ