ବିକଶିତ ଗାଁ,ବିକଶିତ ଓଡିଶା କୁ ନେଇ ସ୍ବତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ଶେରଗଡ, (ଅନୀଲ କୁମାର ପଣ୍ଡା):ବିକଶିତ ଗାଁ,ବିକଶିତ ଓଡିଶା ଲାଗି ଏକ ପାଞ୍ଚ ବର୍ଷ ର କାର୍ଯ୍ୟ ଖସଡା ପ୍ରସ୍ତୁତି ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଈଯାଈଛି। ଏହି ସମିତି ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଦାୟିତ୍ୱ ରେ ସୁଧାଂଶୁ ଶେଖର ତରାଇ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଅନ୍ୟତମ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ଶିଶିର କୁମାର ମିଶ୍ର, ବିଧାୟକ ଙ୍କ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ତହସିଲଦାର ଲମ୍ବୋଦର ମାରାଣ୍ଡି ଯୋଗ ଦେଈଥିଲେ। ଏଥିରେ ପୂର୍ବ ବୈଠକର ନିର୍ଦ୍ଧାରଣ ପଠନ ଓ ଦୃଢୀକରଣ ହୋଇ ନଥିବାରୁ ଠୁରୁବୁରାଈ ସରପଞ୍ଚ ପ୍ରଭାତ ଆଚାରୀ କ୍ଷୋଭ ପ୍ରକାଶ କରିଥିଲେ। ଗତ ୧୪ ତାରିଖରେ ଅନୁଷ୍ଠିତ ହୋଈଥିବା ଗ୍ରାମ ସଭା ଲାଗି ଧେଣ୍ଡୁରା ମାଧ୍ୟମରେ ଜଣା ଯାଇ ନଥିବାରୁ ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ପୂର୍ବତନ ସମିତି ସଭ୍ୟ କାହ୍ନୁଚରଣ ପଟ୍ଟନାୟକ ଅଭିଯୋଗ କରିଥିଲେ। ଏହି ବୈଠକରେ ପଞ୍ଚାୟତ ରେ ଅନୁମୋଦିତ ହୋଈଥିବା ଗ୍ରାମ ସଭା ରେ ପ୍ରକଳ୍ପ ଗୁଡିକୁ ସମିତି ମାଧ୍ୟମରେ ଜିଲ୍ଲା କୁ ପଠାଯାଇଛି ଏବଂ ସେସବୁର ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଏହି ବୈଠକରେ କୌଣସି ଲାଈନସ ଡିପାର୍ଟମେଣ୍ଟ ଯୋଗ ଦେଈନଥିବାରୁ ନିର୍ବାଚିତ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ପରିଶେଷରେ ସାଧାରଣ ଜନତା ଙ୍କ ଖାଉଟି କାର୍ଡ କଟିବାକୁ ନେଇ ନିର୍ବାଚିତ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିବା ସହ ଯେଉଁମାନେ ଯୋଗ୍ୟ ବ୍ୟକ୍ତି ସେମାନଙ୍କ କାର୍ଡ କୁ ରଦ୍ଦ କରାନଯାଈ,ଅଯୋଗ୍ୟ ଙ୍କୁ ବାଦ ଦେଈ ଯୋଗ୍ୟ ଙ୍କୁ ପ୍ରଦାନ କରିବା ଲାଗି ଗୃହରେ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ନିବେଦିତା ପ୍ରଧାନ ଓ ଶ୍ରୀମତି ମନୋରମା ପୋଲେଈ, କୁମାରପାଣି ସରପଞ୍ଚ ଉଦୟନାଥ ପ୍ରଧାନ,ଶେରଗଡ ସମିତି ସଭ୍ୟା ଶ୍ରୀମତି ସବିତା ରାଣୀ ଚୌଧୁରୀ, ପିତ୍ତଳ ସମିତି ସଭ୍ୟ ଜନାର୍ଦ୍ଦନ ପାତ୍ର ଙ୍କ ସହ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ