ପୋଲସରା ବ୍ଲକ ନୂତନ ବିଡ଼ିଓଙ୍କ ଦାୟିତ୍ବ ଗ୍ରହଣ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ନୂତନ ବିଡ଼ିଓ ଭାବେ ଶଶୀଭୂଷଣ ମହାପାତ୍ର ଫେବୃୟାରୀ ୨୪ ତାରିଖ ଦିନ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି। ଏଥିପୂର୍ବରୁ ବିଡ଼ିଓ ଶ୍ରୀ ମହାପାତ୍ର ଭୁବନେଶ୍ୱର(ବିଏମସି) ର ଜୋନାଲ କମିଶନର ଭାବେ କାର୍ଯ୍ୟ କରୁଥିଲେ। ପୋଲସରାର ପୂର୍ବତନ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଙ୍କୁ ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ବିଡ଼ିଓ ଭାବେ ବଦଳି ହେବାପରେ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର ଅତିରିକ୍ତ ଭାବେ ପୋଲସରା ବିଡ଼ିଓ ଦାୟିତ୍ୱରେ ରହିଥିଲେ। ବୁଗୁଡା ବିଡ଼ିଓ ଶ୍ରୀ ପାତ୍ରଙ୍କ ଠାରୁ ପୋଲସରା ବିଡ଼ିଓ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ବିଡ଼ିଓ ଶ୍ରୀ ମହାପାତ୍ରଙ୍କୁ ବ୍ଲକ କର୍ମଚାରୀ ବୃନ୍ଦ ଏବଂ ଜିଲ୍ଲାପରିଷଦ ମେମ୍ବର ଅଶୋକ ବିଷୋୟୀ ଓ ଝୁନୁ ଦାସ ସମେତ ଅନେକ ସରପଞ୍ଚ ଓ ସମିତି ମେମ୍ବର ସହ ବ୍ୟକ୍ତି ବିଶେଷ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କୁ ନେଇ ଅଞ୍ଚଳର ବିକାଶ କରିବା ମୋର ଲକ୍ଷ୍ଯ ବୋଲି ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ