ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ପଡ଼ିଆବାହାଲ ରେ ବୁଣାକାରଙ୍କୁ ସହାୟତା ବିତରଣ

ସମ୍ବଲପୁର, (ଲିପନ ନାଏକ):ଆଜି ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ବୁଣାକାର ଗ୍ରାମ ବଡତୁରଙ୍ଗ ଠାରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କୁ ସହାୟକ ହେବା ଭଳି ଉପକରଣ ବିତରଣ କରିଛନ୍ତି । ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ, ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଆଦି ସହାୟତା ସେମାନଙ୍କୁ ପ୍ରଦାନ କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ , ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ବୁଣାକାର ଭାଇ ଭଉଣୀମାନଙ୍କ ପରିଶ୍ରମକୁ ସ୍ୱୀକୃତି ଦେବାର ଏକ ନିଆରା ପଦକ୍ଷେପ । ଏହି ପଦକ୍ଷେପ ଦ୍ୱାରା ହସ୍ତତନ୍ତ ଓ ବୟନଶିଳ୍ପର ଉଭୟ ଉତ୍ପାଦନ ଓ ଚାହିଦା ବଢିବ । ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ମାନଙ୍କର ରୋଜଗାର ବଢିବ ।ସେମାନଙ୍କ ପ୍ରତିଭା ଲୋକାଦୃତ ହେବା ସହ ଆର୍ଥିକ ଦୃଷ୍ଟିରୁ ସେମାନେ ସମ୍ପନ୍ନ ହେବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଆଇ.ଏ.ଏସ )ସ୍ୱାଗତ ଅବିଭାଷଣ ଦେଲେ ଏବଂ smc commisiioner ଶ୍ରୀ ଭେଦ ଭୂଷଣ (ଆଇ.ଏ.ଏସ ) ଧନ୍ୟବାଦ ଅର୍ପଣ କରିଲେ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଶ୍ରୀ ରବିନାରାୟଣ ନାୟକ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ରାଜସ୍ବ ବିଭାଗୀୟ ଆୟୁକ୍ତ( ଉତ୍ତରାଞ୍ଚଳ ) ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ (ଆଇ.ଏ.ଏସ ), ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ ଲାଲ(ଆଇ.ପି.ଏସ),ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇପିଏସ) , deputy director textile ଶ୍ରୀ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ