ମୁଖ୍ୟମନ୍ତ୍ରୀଙ୍କୁ ନଦୀ ସଂଗଠନ ପ୍ରତିନିଧିଙ୍କ ଦାବି ପତ୍ର ପ୍ରଦାନ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ଦୟା ନଦୀ ସମେତ ରାଜ୍ୟର ସମସ୍ତ ନଦୀ ଆମର ଜୀବନ ରେଖା। ନଦୀ ବଂଚିଲେ ଆମେ ବଂଚିବା। ଏହାକୁ ହୃଦୟଙ୍ଗମ କରି ଓଡ଼ିଶାରେ ଥିବା ସମସ୍ତ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟସରକାର ନଦୀ ନିତି ନିୟମ ପ୍ରଣୟନ କରନ୍ତୁ। ନଦୀ ମିଶନ ଗଢ଼ି ଏହାର ସୁରକ୍ଷା ଦିଅନ୍ତୁ। ପ୍ରଦ୍ୟୁଷଣ ବଳୟରେ ଥିବା ଦୟା ନଦୀକୁ ପୁନରୁଦ୍ଧାର ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବି କରି ବିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି। ମହାନଦୀ ବଂଚାଓ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, ଚିଲିକା ବଂଚାଓ ଅଭିଯାନ, ନିର୍ମଳ ଦୟା, ଓଡ଼ିଶା ନଦୀ ସୁରକ୍ଷା ସମିତିର ଆବାହକ ଓ ପ୍ରତିନିଧି ମଣ୍ଡଳୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରେ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ କୃଷ୍ଣ ଜଗଦେବ, ଅଶୋକ ପ୍ରଧାନ, ସୁଦର୍ଶନ ଦାସ, ଆଦିକନ୍ଦ ଶ୍ରୀଚନ୍ଦନ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। କଣାସ ବ୍ଲକ୍ ରେ ଦୟା ନଦୀ ପ୍ରଦୁଷିତ ଯୋଗୁ ୭ଜଣ ଙ୍କ ମୃତ୍ୟୁ ଘଟିଛି।ଏହା ର ମୁଖ୍ୟ କାରଣ ଦୟା ନଦୀ ପ୍ରଦୁଷିତ। ଭୁବନେଶ୍ୱର ର ଗଙ୍ଗୁଆ ନାଳ ର ନର୍ଦ୍ଦମା ପାଣି ଦୟା ନଦୀ ରେ ପ୍ରବାହିତ ହେବାରୁ ଆଜି ଦୟା ନଦୀ ପ୍ରଦୂଷଣ ହେଉଛି। ତେଣୁ ଗଙ୍ଗୁଆ ଓ ଦୟା କୁ ପ୍ରଦୁଷଣ ମୁକ୍ତ କରିବା ନିତାନ୍ତ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଏସବୁ ବିଷୟ ରେ ଶୁଣିବା ପରେ ଏହାକୁ ସକରାତ୍ମକ ଭାବରେ ଗ୍ରହଣ କରି ଆଗାମୀ ଦିନ ରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ