ମହାଶିବରାତ୍ରି ଅବସର ରେ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ମହାଶିବରାତ୍ରି ଲାଗି ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ସହର ଚଳ ଚଞ୍ଚଳ ହୋଇପଡିଛି l ଏହି ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରାହିତରେ ପୋଷ୍ଟ ଅଫିସ ରୋଡ଼ ନିକଟରେ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠି, ମମତା ପାତ୍ର,ଵି. ନିଶ୍ଚଳା ସ୍ୱାମୀ ଓ ଏମ. ୱାଣୀ ସେନାପତି, ପୂର୍ବତନ କାଉନସିଲର ଵି. ରାଜୁବାବୁ, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲି ଵାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତା ସାହୁ, ଶିକ୍ଷକ ନେତା ରବି ନାରାୟଣ ବେହେରା, ଵି. ଗୋପାଳ ସ୍ୱାମୀ, ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସମେତ ବହୁଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତ ଏବଂସ୍ଥାନୀୟ ଜନସାଧାରଣଙ୍କୁ ପଣା ବଣ୍ଟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ