ଦିଲ୍ଲୀରେ ବିଧାନସଭା ନିର୍ବାଚନ : କଂଗ୍ରେସ କ୍ଷମତାକୁ ଆସିଲେ ୬୦୦ ୟୁନିଟ୍‌ ବିଦ୍ୟୁତ୍ ମାଗଣା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ସବୁ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ନିକଟରେ ଦୁଇ ଦୁଇଟି ରାଜ୍ୟ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଜେପି ନିଜ ସ୍ଥିତି ସମ୍ଭାଳିବାକୁ ଦୃଢ ହେଉଛି। ଅପରପକ୍ଷରେ କଂଗ୍ରେସ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ଅପେକ୍ଷାକୃତ ଉନ୍ନତି କରୁଥିବାରୁ ଦିଲ୍ଲୀକୁ ନେଇ ବେଶ୍‌ ଆଶାବାଦୀ ହୋଇଛି କଂଗ୍ରେସ। ଦିଲ୍ଲୀ ନିର୍ବାଚନ ପାଇଁ କେଜରୀଓ୍ବାଲ ସରକାର ବିଭିନ୍ନ ପ୍ରକାରର ଲୋକହିତକର କାମ ସହିତ ଲୋକଙ୍କ ପାଇଁ ବିଜୁଳି ରିହାତି, ମାଗଣା ଡିଟିଏସ୍‌ ସେବା, ଓ୍ବାଇଫାଇ ସେବା ଓ ସେପ୍ଟି ଟାଙ୍କିର ଯୋଜନା ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ଆଉ ଦୁଇ ପାଦ ଆଗକୁ ଯାଇଛି । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ସୁଭାଷ ଚୋପ୍ରା କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଫେରିବ, ୬୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେବେ । ସେ କହିଛନ୍ତି ଯେ, ଛୋଟ ଶିଳ୍ପକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ଦିଆଯିବ । ତେବେ ଏହାକୁ ନେଇ ନିର୍ବାଚନୀ ଅଫର୍‌ ବୋଲି କହିନାହାନ୍ତି । ଏହା ସାଧାରଣ ଜନତାଙ୍କ ଟଙ୍କା, ଯାହାର ଲାଭ ତାଙ୍କ ପାଖକୁ ଯିବ ବୋଲି ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ