ଶରଣ ଶ୍ରୀକ୍ଷେତ୍ର ଲୋକନାଥ ମନ୍ଦିରରେ ମହାଶିବରାତ୍ରି
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଥିବା ଶ୍ରୀ ଲୋକନାଥ ମନ୍ଦିରରେ ମହାଶିବରାତ୍ରି ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମାରଦା ମନ୍ଦିର ଉନ୍ନୟନ ପରିଷଦ ସମ୍ପାଦକ ତଥା ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ର ମହାଶିବରାତ୍ରିର ପୂଜାର୍ଚ୍ଚନା ଖର୍ଚ୍ଚ ଦେବାପାଇଁ ପ୍ରତିଶୃତି ଦେଇଥିବାରୁ ମହନ୍ତ ଶ୍ରୀ ମାରଦା ଜଗନ୍ନାଥ ମନ୍ଦିର ଗ୍ରାମ୍ୟ ସଭାପତି ମହନ୍ତ ସୁନ୍ଦରରାମ ଦାସ, ସେକ୍ରେଟାରୀ ଶ୍ୟାମ ସୁନ୍ଦର ସାହୁ, ସମୀର ନାହାକ, ପ୍ରମୋଦ କୁମାର ପାତ୍ର ,ରାମକୃଷ୍ଣ ବାରିକ, ରାମ ଚନ୍ଦ୍ର ବାରିକ , ସନ୍ତୋଷ ବାରିକ , ମନ୍ଦିରର ସରକାରୀ ସଦସ୍ୟ ଅତିରିକ୍ତ ତହସିଲଦାର, ଆଇଆଇସି,ଫରେଷ୍ଟ ରେଞ୍ଜର, ଜଗବନ୍ଧୁ ମହାପାତ୍ର,ପ୍ରଭାତ କୁମାର ସାସମଲ, ଆଡଭୋକେଟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ବିଡ଼ିଓ ଶ୍ରୀ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇବା ସହ ଶୀଘ୍ର ଶ୍ରୀ ମାରଦା ମନ୍ଦିର ଉନ୍ନୟନ ପରିଷଦ ବୈଠକ ଡାକିବାକୁ ଅନୁରୋଧ କରିଥିଲେ। ଏଥିସହ ମଥୁରା ଗ୍ରାମବାସୀଙ୍କ ସହଯୋଗର ମନ୍ଦିର ପରିସରରେ ୧୦୮ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ରାଧାଶମ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ଏହାସହିତ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।


