ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ପୁଣି ରାସନ୍ କାର୍ଡକୁ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ । କହିଲେ ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାନ୍ତୁ ବୋଲି ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି । ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀଙ୍କ ଅପିଲ୍ କରିଛନ୍ତି ।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ ବୋଲି ମନ୍ତ୍ରୀ ଆଜି କହିଛନ୍ତି । ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ । କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି । ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ । ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।