ଚୌଦ୍ଵାର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ଚୌଦ୍ଵାର, (ଦୀପକ କୁମାର ବେଉରା):ଚୌଦ୍ଵାର ପୌରପାଳିକା ଅନ୍ତର୍ଗତ ଥର୍ମାଲ ରୋଡ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଟିର ନାମ ଅମୃତ ବିନ୍ଦୁ ରଖା ଯାଇଛି ।ଏହି କାର୍ଯ୍ୟକ୍ରମ ଟି ସମିତି ର ଆବାହକ ରଞ୍ଜିତ ପ୍ରଧାନ ଓ କଟକ ଜିଲ୍ଲା ର ସେବା ସଂଯୋଜକ ମନୋଜ କୁମାର୍ ଦାସ୍ ସେଣ୍ଟ୍ରାଲ ରେଡ କ୍ରସ୍ ଅଫିସର ଶ୍ରୀମତୀ କନକ ଲତା ଦେଇ ଙ୍କ ଦ୍ଵାରା ପ୍ରଦ୍ଵୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଥିଲା।ସାଧାରଣତଃ ଗ୍ରୀଷ୍ମ ଦିନରେ ଅନେକ ସ୍ଥାନ ରେ ରକ୍ତ ର ଅଭାବ ଦେଖା ଦେଇଥାଏ। ସେଥିପାଇଁ ଏହି ଭଳି ସମସ୍ୟା କୁ ଆଖି ଆଗରେ ରଖି ସମିତି ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିର ରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ରେ ସମିତି ର ସମସ୍ତ ସଦସ୍ୟ ଏବଂ ଅଞ୍ଚଳ ର ଯୁବବର୍ଗ ମାନେ ରକ୍ତଦାନ ଭଳି ମହତ ଦାନ କରିଥିଲେ। ସମିତି ର ରକ୍ତ ଦାନ ଭଳି ମହତ ଦାନ ଦୀର୍ଘ ୨୦ ବର୍ଷ ହେବ ଚାଲୁ ରହିଛି । ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସମିତି ର ଆବାହକ ରଞ୍ଜିତ ପ୍ରଧାନ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ସମାଜ ସେବୀ ତଥା ଯାଦବ ମହସଂଘ୍ ର ସଭାପତି ପ୍ରଦୀପ ବେହେରା ଅତିଥି ରୂପେ ଆସି ଯୋଗ ଦେଇଥିଲେ।ଏଥି ସହିତ ସମିତି ର ସମସ୍ତ ସଦସ୍ୟ ଓ ସମସ୍ତ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷ ରେ ଭଗବାନ ଶ୍ରୀ ସତ୍ୟ ସାଈ ବାବାଙ୍କ ନିକଟରେ ମଙ୍ଗଳ ଆରତୀ କରି ଶିବିର ଟି କୁ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ବେଶ୍ ଭଲ ଭାବରେ ସମ୍ପୂର୍ଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ