ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣୀ ଘାଟିରେ ସଡ଼କଦୁର୍ଘଟଣା,ଦୁଇ ମୃତ

ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା): ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଘଟିଛି ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଚାଲିଯାଇଛି ବାପ ପୁଅର ଜୀବନ।ସୁଚନା ଅନୁସାରେ ବହଳଦା ଥାନା ଅଧିନ ଖେଜୁରୀତାଣ୍ଡି ଗ୍ରାମର ମହମ୍ମଦ ଲୁକାମାନ(୩୮) ତାଙ୍କ ପୁଅ ସେକ ସାହିଲ୍ (୧୨) ଙ୍କ ସହିତ ଏକ ବୁଲେଟ ମୋଟର ସାଇକେଲ ରେ ବାରିପଦା ଅଭିମୁଖେ ଆସୁଥିବା ବେଳେ,ଏକ ଅଜଣା ଗାଡ଼ି ବୁଲେଟ କୁ ଧକ୍କା ଦେଇଥିଲା।ଫଳରେ ବାପ ଏବଂ ପୁଅ ଙ୍କ ଦୁର୍ଘଟଣା ସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା।ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଡ଼ାକ୍ତରଖାନା ଓ ପରେ ବ୍ୟବଚ୍ଛେଦ ପାଇଁ ବାରିପଦା ପଠେଇ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ