“ଓଡ଼ିଆ ଅସ୍ମିତା ଏକ ଆହ୍ୱାନ” ବିତର୍କ ପ୍ରତିଯୋଗିତା
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପ୍ଳାନିଙ୍ଗ ଫୋରମ ତରଫରୁ ଭାଷା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ ଦେ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି l ଏହି କ୍ରମରେ, ଓଡ଼ିଆ ଅସ୍ମିତା :ଏକ ଆହ୍ୱାନ ଶୀର୍ଷକ ରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଚାରକ ଭାବେ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ସଭାପତି ଡକ୍ଟର ସରୋଜ ନାୟକ ଯୋଗ ଦେଇ ଓଡ଼ିଆ ଅସ୍ମିତା ର ସୁରକ୍ଷା ପ୍ରତିଟି ଓଡ଼ିଆ ର ଦାୟିତ୍ୱ ବୋଲି ମତରଖିଥିଲେ l ସହକାରୀ ପ୍ରଫେସର ଡକ୍ଟର ତ୍ରିନାଥ ମଲ୍ଲିକ, ସରୋଜ ଦାସ ବିଚାରକ ଭାବେ ଯୋଗଦେଇଥିବା ବେଳେ ଖିରୋଦ କୁମାର ଚୌଧୁରୀ,ରାଜକିଶୋର ରାଉଳ, କେ ଲଷ୍ମୀ ସେନାପତି, ଡକ୍ଟର ଚିତ୍ରସେନ ସେଠୀ, ଧ୍ରୁବଚରଣ ମଲ୍ଲିକ ଅତିଥିଭାବେ ଯୋଗଦେଇଥିଲେ l ଏହି ପ୍ରତିଯୋଗିତା ରେ ବାପି ଧଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୌମ୍ୟରଂଜନ ଆଚାର୍ଯ୍ୟ ଦ୍ୱିତୀୟ ଓ ସୁପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l


