ଗୁଣାତ୍ମକ ଶିକ୍ଷାର ବାର୍ତ୍ତାବହ ହେଉଛି ବିଦ୍ୟାଳୟ ବାର୍ଷିକ ଉତ୍ସବ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ସ୍ଥିତ ସୁନ୍ଦରପୁର – ଦୋହରା ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ବୁଧବାର ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସ ଅଧ୍ୟକ୍ଷତା କରିଥିଲା ବେଳେ ଆଞ୍ଚଳିକ ସାଧନ କର୍ମୀ ଦିଲ୍ଲୀପ ଶେଖର ନାୟକ ସଭା ସଞ୍ଚାଳନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଶଭଦ୍ର ସେଠୀ, ଅବସରପ୍ରାପ୍ତ ବ୍ଲକ ସାଧନ କର୍ମୀ ପ୍ରଫୁଲ୍ଲ ପାତ୍ର,ଅବସରପ୍ରାପ୍ତ ଶିକ୍ଷକ ରକ୍ଷାକର ବାରିକ, ଭାଗୀରଥି ନାୟକ, ପ୍ରାଣବନ୍ଧୁ ଓଝା, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ତଉଲି ଦାସ, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ବିଦ୍ୟାଳୟ ବାର୍ଷିକ ଉତ୍ସବ ଗୁଣାତ୍ମକ ଶିକ୍ଷାର ବାର୍ତ୍ତାବହ ବୋଲି ଅତିଥି ମାନେ ମତବପୋଷଣ କରିଥିଲେ । ଶିକ୍ଷକ ଦେବ ନାରାୟଣ ଗୋଛାୟତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ପ୍ରଜ୍ଞା ଅପରାଜିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିବା ସହ ସ୍ବାଗତମ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ଛାତ୍ର ଓ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରଥମ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ମଠଡିହ ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ମନୋରମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।