ବିଳମ୍ବିତ ରାତ୍ରିରେ ହୁତୁ ହୁତୁ ହୋଇ ଜଳିଗଲା ଘର
ଉଦଳା, (ରାଜୀବ ବେହେରା): ରାତ୍ର ସମୟରେ ଇଟାଗଡ଼ ଗ୍ରାମରେ ଜଳିଗଲା ଘର l ଆଖି ଆଗରେ ପୁରlଘର ଜଳି ପୋଡି ପାଉଁଶ ହୋଇ ଯାଇଛି l ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ଥିବା ବେଳେ, କିଛି ସମୟ ଭିତରେ ସବୁକିଛି ଜଳିଗଲା, ନିଆଁ ର ବେଗ ଏତେ ପ୍ରଖର ଥିଲା ଘର ଭିତରୁ ସମସ୍ତେ ବାହାରି ଆସିଥିଲେ , ଜୀବନ ସିନା ବଞ୍ଚିଗଲା, ହେଲେ ଜୀବନ ସାରା ଖଟି ଖଟି ସଞ୍ଚିଥିବା ଧାନ ଚାଉଳ, ଲୁଗାପଟା ଏବଂ ଘରର କାଗଜ,ଆସବାବ ପତ୍ର ଜଳି ଗଲା l ଏଭଳି କିଛି ଘଟଣା ମୟୁରଭଞ୍ଜ ଜିଲ୍ଲା ନୁଦଡିହା ଜେ. ଏସ. ଜାମଢିଆ ପେଟାଶାଳ ଗ୍ରାମରେ ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗ୍ରାମର ଭଗବାନ ମାର୍ଣ୍ଡି, ହାଡୁ ମାର୍ଣ୍ଡି ନିଜ ପରିବାର ସହିତ ରାତିରେ ଘରେ ଶୋଇଥିବା ବେଳେ ହଠାତ ଘରର ପଛ ପାଖରୁ ନିଆଁ ଲାଗି ଚାହୁଁ ଚାହୁଁ ଚାରି ଆଡକୁ ବ୍ୟାପି ଯାଇ ଥିଲା l ଗ୍ରାମବାସୀ ମାନେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇ ଥିବା ବେଳେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛି, ତେବେ ସେତେବେଳକୁ ସବୁ କିଛି ଜଳି ଯାଇଛି l ଦିନମଜୁରିଆ ପରିବାର ଟି ର ସବୁ ସ୍ବପ୍ନ ଆଉ ସର୍ବସ୍ବ ପାଉଁଶ ହୋଇ ଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସି ମାନେ ଦାବୀ କରିଛନ୍ତି l


