ଅଟଳ ବିହାରୀ ବାଜପାୟୀ ମେମୋରିଆଲ୍ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ଉତ୍କଳିକା, ବାସୁଦେବପୁର ବିଜୟୀ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ବୋଡକ ଖେଳ ପଡିଆରେ ମଠଡିହ ଜୟ ଶ୍ରୀରାମ କ୍ଲବର ଉଦ୍ୟକ୍ତା ସନ୍ଦିପ ନାୟକଙ୍କ ଉଦ୍ୟମରେ ଅଟଳ ବିହାରୀ ବାଜପାୟୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୨୫ ଓଭର ବିଶିଷ୍ଟ ଏହି ମ୍ୟାଚ ରେ ଏନ.ଏନ.ୱାଇ.ସି. ଭାମଣ୍ଡା, କେନ୍ଦ୍ରାପଡା କ୍ରିକେଟ ଟିମ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ସାତ ୱିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା । ଜବାବରେ ଉତ୍କଳିକା କ୍ରିକେଟ ଟିମ ବାସୁଦେବପୁର, ଭଦ୍ରକ ୨୫୪ ରନର ପିଛା କରି ୯ ୱିକେଟରେ ୨୫୪ ରନ କରି ଚମ୍ପିୟନ ଟ୍ରଫି ହାସଲ କରିଥିଲା । ସନ୍ଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ସଭାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ, ଖେଳାଳି ମାନେ ନିପୁଣ କ୍ରୀଡା ପ୍ରଦର୍ଶନ କରିବାକୁ ସେ ଆହ୍ବାନ ଜଣାଇ ଥିଲେ । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭାଜପା ଭଦ୍ରକ ଜିଲା ସଭାପତି ଭଗବାନ ପଣ୍ଡା, ଭାଜପା ନେତା କିଶୋର ନାୟକ, ଅଶୋକ ରାଉଳ, ଲଲାଟ କିଶୋର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିକେଟ ଖେଳର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ ।ଚିରଞ୍ଜିବ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଅମିତ ରାଉତଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ସାମାଜିକ କର୍ମୀ ସଦାନନ୍ଦ ମଲ୍ଲିକ, ଦୀପକ ରଞ୍ଜନ ବିଶ୍ବାଳ, ଚନ୍ଦ୍ରକାନ୍ତ ନାୟକ, ପ୍ରଫୁଲ୍ଲ ମହାଳିକ, ମଣିଭଦ୍ର ଦାସ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ବିଜ୍ଞାନ ଦାସ ଓ ପ୍ରଭାତ ବେହୁରିଆ କ୍ରୀଡା ପରିଚାଳନା କରିଥିଲେ । ସୁରେଶ ମହାଳିକ, ନିରାକାର ନାୟକ, ପଦ୍ମ ଲୋଚନ ବାରିକ, ଆଲୋକ କୁମାର ନାୟକ, ପ୍ରକାଶ ପାଢୀ, ସଞ୍ଜିତ ନାୟକ, ଦୁଷ୍ମନ୍ତ ବାରିକ,ଶୈଳେନ୍ଦ୍ର ନାରାୟଣ ନାୟକ, ରାଜ କିଶୋର ବାରିକ, ସତ୍ୟଜିତ ବାରିକ, ସନ୍ତୋଷ ମାଝି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ