ତୁଳସୀପୁର ଆଶ୍ରମ ବିଦ୍ୟାଳୟରେ ପିତା ମାତା ସହଭାଗିତା କାର୍ଯ୍ୟକ୍ରମ
କଟକ, (ଯୁଗାବ୍ଦ ନ୍ୟୁଜ):କଟକର ଟାଙ୍ଗୀ ଚୌଦ୍ବାର ବ୍ଲକ ଗରୁଡଗାଁ ପଞ୍ଚାୟତ ଅଧୀନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ, ତୁଳସୀପୁର ଆଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା, ସହ ଭଗୀତାରେ ଆମେ ଜାଣିବା ଆମେ ଜିଣିବା ଉତ୍ସବ ପାଳନ ହୋଇ ଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଶେଷଦେବ ପ୍ରଧାନ ଅଧ୍ୟକ୍ଷତା କରିବାସହ ସ୍କୁଲରେ କରାଯାଉଥିବା ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ସମ୍ବନ୍ଧରେ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥିଭାବେ ସରପଞ୍ଚ ଦିପ୍ତିମୟୀ ବେହେରା,ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପ୍ରମୋଦ ଜଟ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁବୋଧ ସାମଲ ସାମ୍ବାଦିକ ହେମନ୍ତ ରାଉତ, ଗୋଷ୍ଠୀ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ଯୋଗ ଦେଇ ପିଲାମାନଙ୍କୁ ବହୁ ଉପାଦେୟ ପରାମର୍ଶ ମାନ ଦେଇଥିଲେ । କେବଳ ଶିକ୍ଷକ ମାନଙ୍କ ଉପରେ ସମସ୍ତ ଦାୟିତ୍ଵ ଛାଡ଼ିଦେଲେ ଚଳିବ ନାହିଁ । ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ପିତା ମାତାଙ୍କ ଗୁରୁ ଦାୟିତ୍ଵ ରହିଛି । ଏସବୁ କେବଳ ପିତା ମାତା,ଶିକ୍ଷକ ଓ ଛାତ୍ର ମାନଙ୍କ ସହହାଗିତାରେ ସମ୍ଭବ । ପିଲା ମାନଙ୍କ ଦ୍ଵାରା ପରିବେଶିତ ନାଚ ଗୀତ, ଓ ଅଭିଭାବକ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ବେଶ ମନମୁଗ୍ଧ କର ହୋଇଥଲା । ଉନ୍ନତ ଶିକ୍ଷା ବ୍ୟବସ୍ଥା, ନାଚ ଗୀତ, ଖାଦ୍ୟ ପେୟ, କ୍ରୀଡା ସହିତ ବଞ୍ଚିବାର କଳା ଶିକ୍ଷାରେ ବିମୋହିତ ହୋଇ ଘର କଥା ଭୁଲି ଯାଉଛୁ ବୋଲି ପିଲାମାନେ ପ୍ରକାଶ କରିଛନ୍ତି ।