ପିଡିଏଫ ପକ୍ଷରୁ ଉତ୍କଳ ଦିବସ ପାଳିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଵିଜୟ ବିହାର ସ୍ଥିତ ପୂନ୍ୟ ତୋୟା ଦୟା ଫାଉଣ୍ଡେସନ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ପିଏସ୍ କ୍ୟାରିୟର ଏକ୍ସପ୍ଲୋର, ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟ, ପଂଚାୟତ ଉଚ୍ଚ ବିଦ୍ୟାଳୟ ଗଡମାଟିଆପଡା,ଭିକାରୀ ଚରଣ ନୋଡାଲ ଭିଦ୍ୟାନିକେତନ ପରିସରରେ ଉତ୍କଳ ଦିବସ ମହାସମାହାରୋହରେ ପାଳନ କରଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ବିଶିଷ୍ଟ ସମାଜସେବୀ କୃଷ୍ଣ ଜଗଦ୍ଦେବ ଓଡ଼ିଆ ଭାଷା ସଂସ୍କୃତିର ବିକାଶ ପାଇଁ ସଂକଳ୍ପିତ ହେବା ପାଇଁ ସମସ୍ତ ଓଡିଆମାନଙ୍କୁ ଆହ୍ବାନ ଦେଇଥିଲେ। ଭାଷା ଗୋଟିଏ ଜାତିର ପରିଚୟ ହୋଇଥିବାରୁ ଅବକ୍ଷୟଶୀଳ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବା ଆମସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଯିତ ଉକ୍ତ ଉତ୍ସବର ପ୍ରାରମ୍ଭରେ ଦେଶ ତଥା ରାଜ୍ୟର ବରପୂତ୍ର ମାନଙ୍କର ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାଅର୍ପଣ କରା ଯିବା ସହିତ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ସାମୁହିକ ଗାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱଜିତ୍ ମିଶ୍ର, ସ୍ନେହଲତା ଜାଲି, ମଧୁସ୍ମିତା ନାଏକ, ଜୟସିଂହ ମାଝୀ, ରୁକ୍ମଣୀ ସାହୁ, ତନୁଜ କୁମାର ପରିଡା, ସମିତା , କେଳୁଚରଣ ସେଠୀ, ଶଙ୍କର ହରିଚନ୍ଦନ ପ୍ରମୁଖ ଉପସ୍ତିତ ଥିଲେ । ଧ୍ବଜ ମୁଦୁଲି କାର୍ଯ୍ଯକ୍ରମୋର ସଂଯୋଜନା କରିଥିଲେ।