ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମହାପ୍ରଭୁଙ୍କ ଅଷ୍ଟମ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନରେ ଥିବା ବାଉଁଶଦା ଗ୍ରାମରେ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମହାପ୍ରଭୁଙ୍କ ଅଷ୍ଟମ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ସକାଳୁ ଆରମ୍ଭ ହୋଇଯାଇଅଛି | ତା ୦୩.୦୪.୨୦୨୫ ରିଖ ଗୁରୁବାର ସନ୍ଧ୍ୟା ସମୟରେ ଅଧିବାସ ହୋଇଥିବାବେଳେ ତା ୦୪.୦୪.୨୦୨୫ରିଖ ଶୁକ୍ରବାର ଦିନ ଅଞ୍ଚଳର ଭକ୍ତ ବୃନ୍ଦଙ୍କୁ ନେଇ ସକାଳୁ ନଗର ପରିକ୍ରମା କରିସାରି ପ୍ରଭୁଙ୍କ ନାମ ସଂକୀର୍ତନ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଥିଲା | ତା ୦୫.୦୪.୨୦୨୫ ରିଖ ଶନିବାର ଦିନ ନଗର କୀର୍ତ୍ତନ ଓ ଦଧି ଭଞ୍ଜନ ଦିବା ୦୧:୦୦ ଘଟିକାରେ ହେବାପାଇଁ ସ୍ଥିରକୃତି ହୋଇଅଛି ବୋଲି ଅଖଣ୍ଡ ନାମ ଯଜ୍ଞ କମିଟିର ସଭାପତି ଶ୍ରୀଯୁକ୍ତ ନବୀନ ଚଦ୍ର ମହାନ୍ତ ସୂଚନା ଦେଇଥିଲେ | ଏହି ଅଖଣ୍ଡ ନାମ ଯଜ୍ଞରେ ଆଖ ପାଖ ଅଞ୍ଚଳରୁ ସହସ୍ର ଭକ୍ତବୃନ୍ଦଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା | ବାଉଁଶଦା ଗ୍ରାମ ବାସୀଙ୍କ ଏକତା ଏବଂ ଭାଟିଭାବକୁ ଦେଖି ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ମାନେ ସାଧୁବାଦ ଜ୍ଞାପନ କରିଛନ୍ତି |