୩୬ ୟୁନିଟ୍ ରକ୍ତ ସଂଗ୍ରହ

କେନ୍ଦ୍ରାପଡ଼ା (ୟୁଏନ୍ଏସ୍) : ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗରାପୁରସ୍ଥିତ ମହାବୀର ହନୁମାନ ଆଶ୍ରମରେ ନବଦିନ ବ୍ୟାପି ଚାଲିଥିବା ଶ୍ରୀରାମଚରିତ ମାନସ ପାରାୟଣ ଅବସରରେ ଗରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଆଶ୍ରମର ମୁଖ୍ୟ ତଥା ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ୩୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସ୍ୱାଇଁ, ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ନାଥ, ଯୁବ ସମାଜସେବୀ ଲୋହିତ କୁମାର ମହାନ୍ତି, ଉଦ୍ୟମ ସ୍ୱେଛାସେବୀ ସଂଗଠନର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସାମ୍ପାଦକ ସରୋଜକାନ୍ତ ସାହୁ, କୃପାସିନ୍ଧୁ ମଲ୍ଲିକ, ରାଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ଆଚାର୍ଯ୍ୟ, ଦିପକ ମଲ୍ଲିକ, ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରକୁ କେନ୍ଦ୍ରାପଡା ରକ୍ତଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ର, ମନୋଜ କୁମାର ଦାସ, ସୈାମ୍ୟରଞ୍ଜନ ସାହୁ, ବିଜୟଲକ୍ଷ୍ମୀ ବରାଳ ଓ ରାଜୀବ ଲେଙ୍କା ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ ୩୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ