ବିଜେପି ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି
ହାଟଡିହି (ୟୁଏନ୍ଏସ୍): ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ହେବାକୁ ଥିବା ବିଜେପି ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ପୁର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ସାଂସଦ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ଉପସଭାପତି ନିରାକାର ଦଳେଇ, ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ନିତ୍ୟାନନ୍ଦ ପହି, ବିବେକାନନ୍ଦ ରାଉତ, ଯୋଗେନ୍ଦ୍ର ବେହେରା, ନିକୁଞ୍ଜ ଓଝା, ଖଗେଶ୍ବର ମଲ୍ଲିକ , ବୈଲୋଚନ ନାୟକ, ଯୁଦ୍ଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ଦୀପକ କୁମାର ଜେନା, ଶଶିକାନ୍ତ ରାଉତ, ହରେକୃଷ୍ଣ ସ୍ବାଇଁ, ଜଗନ୍ନାଥ ବାରିକ,ଟିକି କିସ୍କୁ, ସତ୍ୟଜିତ ବେହେରା,ତପନ ପାତ୍ର, ଟୁକୁନା ମହାନ୍ତ, ପ୍ରଶାନ୍ତ ମହାପାତ୍ର, ହେମନ୍ତ ସାହୁ, ସୁମତି ଯେନା, ମିନତୀ ମହାପାତ୍ର, ତୃପ୍ତିମୟୀ ଯେନା,ଦୀପ୍ତିମୟୀ ଖୁଣ୍ଟିଆ, ସଂଜୁଲତା ଆୟଚ, ଚନ୍ଦ୍ରମଣି ସେଠି, ଅନାଦି ସାହୁ, କାର୍ତ୍ତିକେଶ୍ବର ମହାନ୍ତଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ଥିଲେ। ଆସନ୍ତା କାଲି ପ୍ରତି ବୁଥ ମାନଙ୍କରେ ଏହି ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।


